ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍ଆର୍ ଚେସ୍ ସେଣ୍ଟର୍ ପକ୍ଷରୁ ଚାଲିଥିବା ଅନ୍ଲାଇନ୍ ଓପନ୍ ପ୍ରତିଯୋଗିତାର ୩୪ତମ ସଂସ୍କରଣ ରବିବାର ସମ୍ପନ୍ନ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୬.୫ ପଏଣ୍ଟ୍ ସହ ଫୁଲନଖରା ଡିପିଏସ୍ର ଦଶମ ଷ୍ଟାଣ୍ଡାର୍ଡ ଛାତ୍ର ପ୍ରତୀକ ଚୌରାସିଆ ବିଜେତା ହୋଇଛନ୍ତି। ସେହି ସ୍କୁଲର ପଞ୍ଚମ ଷ୍ଟାଣ୍ଡାର୍ଡ ଛାତ୍ର ଆଦିତ୍ୟ ନାରାୟଣ ମହାନ୍ତି (୬) ଏବଂ ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଧୀର ଚାୱଲା (୫) ପରବର୍ତ୍ତୀ ୨ ସ୍ଥାନରେ ରହିଥିଲେ। ସୌରଭ ଦାସ (୪.୫) ଚତୁର୍ଥ ସ୍ଥାନ ଦଖଲ କରିଥିଲେ। ଦେବୀନା ଚାୱଲା, ଅକୁଳ ବସ୍ତିଆ, ଶ୍ରଦ୍ଧା ମିଶ୍ର, ବିଭୋର ପ୍ରିୟଦର୍ଶି, ଆଶୁତୋଷ ରାଉତରାୟ, ସୂର୍ଯ୍ୟାଂଶୁ ମହାକୁଡ଼, ସାଇ ଶ୍ରୀହନ, ମୃଗାଙ୍କ ଶେଖର ଦାସ, ମନୀଷ ମିଶ୍ର ପ୍ରମୁଖ ନିଜ ନିଜ ବୟସ ବର୍ଗର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏସ୍ଆର୍ ଚେସ୍ କେନ୍ଦ୍ରର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ବାବଧାନରେ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା।
ଏସ୍ଆର୍ ଓପନ୍ ଚେସ୍: ପ୍ରତୀକ ବିଜେତା
/sambad/media/post_attachments/wp-content/uploads/2021/10/45fh4sf65h4sf654hs65f465hsffhsfhssfhhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)