ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ଜଗତର ଅନ୍ୟତମ ଉଜ୍ଜ୍ବଳ ତାରକା ଶ୍ରାବଣୀ ନନ୍ଦ ସୁଦୂର ଜାମାଇକାରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ସେଠାରେ ରହି ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲାଗି ଜୋରଦାର ପ୍ରୟାସ ଚଳାଇଥିବା ଏହି ଓଡ଼ିଆ ଝିଅ କିଙ୍ଗଷ୍ଟନରେ ଆୟୋଜିତ ଭେଲୋସିଟି ଫେଷ୍ଟ ଦୌଡ଼କୁଦର ମହିଳା ୨୦୦ ମିଟରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ବର୍ଗରେ ଯୁଗଳ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ସେଲିଆନ ଫ୍ରେଜର ପ୍ରାଇସ୍ ବିଜୟୀ ହୋଇଥିଲା ବେଳେ ଶ୍ରାବଣୀ ତାଙ୍କୁ ଟକ୍କର ଦେବା ରାଜ୍ୟ ଦୌଡ଼କୁଦ ଜଗତ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଏଥିଲାଗି ଶ୍ରାବଣୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି।
ଶ୍ରାବଣୀଙ୍କ ଜାମାଇକା ସଫଳତା
/sambad/media/post_attachments/wp-content/uploads/2020/05/srabani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)