୪ ବର୍ଷ ପରେ ଓଡ଼ିଶା ଫେରିଲେ ଶ୍ରାବଣୀ

ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ଜଗତର ଅନ୍ୟତମ ସଫଳ ତଥା ଲୋକପ୍ରିୟ ତାରକା ଶ୍ରାବଣୀ ନନ୍ଦ ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଓଡ଼ିଶା ଫେରିଛନ୍ତି। ବୁଧବାର ସକାଳେ ଓଡ଼ିଶା ଫେରିଥିଲା ବେଳେ ସଂପ୍ରତି ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ଏଚ୍‌ପିସିରେ ରହୁଛନ୍ତି ସେ। ଦିନେ ଦୁଇ ଦିନ ଭିତରେ ବି ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଶ୍ରାବଣୀ ଗତ ୪ ବର୍ଷ ହେବ ଜାମାଇକାରେ ରହୁଥିଲେ। ସେଠାରେ ନିମୟିତ ଅଭ୍ୟାସ କରୁଥିଲେ। ହେଲେ କୋଭିଡ୍ କଣକଣା ସହ ଅନ୍ୟ କେତେକ କାରଣ ପାଇଁ ଓଡ଼ିଶା ଫେରି ପାରୁ ନଥିଲେ। ଶେଷରେ ତାଙ୍କୁ ଭିସା ମିଳିବା ପରେ ଭାରତ ଫେରି ପୁଣି ଥରେ ଆଥଲେଟିକ୍ସ ଟ୍ରାକ୍‌ରେ ଚମକ ଦେଖାଇବାକୁ ଲକ୍ଷ୍ୟ ରଖିଛନ୍ତି ସେ। ‘‘ଶ୍ରାବଣୀ ଆଜି ଓଡ଼ିଶା ଫେରିଛି। ମୁଁ ତା ସହ କଥା ହୋଇଛି। ସଂପ୍ରତି ସେ ପୂରା ଫିଟ୍ ଥିଲା ବେଳେ କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ ମାସ ୨୧ ଏବଂ ୨୪ ତାରିଖରେ ହେବାକୁ ଥିବା ଇଣ୍ଡିଆନ୍ ଗ୍ରାଁପ୍ରି-୩ ଏବଂ ୪ରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି।’’ ବୋଲି ଶ୍ରାବଣୀଙ୍କ ପ୍ରଶିକ୍ଷକ ନୀଳମାଧବ ଦେଓ ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର