କଟକ: ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡ଼ା ଖୋଖୋ ପ୍ରତିଯୋଗିତା ପାଇଁ ଓଡିଶାରୁ ଶ୍ରଦ୍ଧାମୟୀ ରାଉତ ବୈଷୟିକ କାର୍ଯ୍ୟକାରୀ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ଖେଲୋ ଇଣ୍ଡିଆରେ ଖୋଖୋ ପ୍ରତିଯୋଗିତା ଫେବ୍ରୁଆରି ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଶ୍ରୀଦ୍ଧାମୟୀ ରାଉତ ଜଗତସିଂହପୁର ଜିଲ୍ଲା ତରଜଙ୍ଗା ହାଇସ୍କୁଲର କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ତାଙ୍କର ଏହି ଯୋଗଦାନକୁ ଓଡିଶା ଖୋଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଅଭିନନ୍ଦନ ଜଣାଇଛନ୍ତି। ତାଙ୍କୁ ଓଡିଶା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡା ସଚିବ ବିସାଲ ଦେବ, ଓଡିଶା ଖୋଖୋ ସଂଘର ରାଜ୍ୟ ସଭାପତି ନାରାୟଣ ପାତ୍ର, କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରଦ୍ଧାମୟୀ ବୈଷୟିକ ଅଧିକାରୀ
/sambad/media/post_attachments/wp-content/uploads/2018/02/Sradhamayee_rout.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)