ଶ୍ରଦ୍ଧାଞ୍ଜଳି ଜାତୀୟ ଚୟନକର୍ତ୍ତା

କଟକ: ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ କନିଷ୍ଠ ବାଳିକା ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ଅଗଷ୍ଟ ୨୦ ତାରିଖରେ ଗୋଆରେ ହେବାକୁ ଥିବା ଜାତୀୟ କନିଷ୍ଠ ବାଳିକା ପ୍ରତିଯୋଗିତାରେ ସେ ଚୟନକର୍ତ୍ତା ଭାବେ ଯୋଗଦେବେ ଓ ଭାରତୀୟ ଦଳ ପାଇଁ ଖେଳାଳି ବାଛିବେ। ପୂର୍ବରୁ ସେ ଉପକନିଷ୍ଠ ଓ କନିଷ୍ଠ ଦଳର ଚୟନକର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିସାରିଥିଲା ବେଳେ ଭାରତୀୟ କନିଷ୍ଠ ବାଳିକା ଦଳର ସହକାରୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର