ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା। ୪ ଦଶନ୍ଧିର ଏହି ପ୍ରତୀକ୍ଷା ଅନ୍ତ ଘଟାଇବାରେ ପ୍ରମୁଖ ଭୂମିକା ନେଇଥିବା ଗୋଲ୍ରକ୍ଷକ ପିଆର୍ ଶ୍ରୀଜେସ ୱାର୍ଲ୍ଡ ଗେମ୍ସ ଆଥ୍ଲେଟ୍ ଅଫ୍ ଦି ଇୟର ୨୦୨୧ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ଲାଗି ବିଭିନ୍ନ କ୍ରୀଡ଼ାରେ ସଫଳ ହୋଇଥିବା ୨୪ ଜଣ ନାମ ସୁପାରିସ ହୋଇଥିଲା। ତେବେ ୧୨୭,୬୪୭ ପ୍ରଶଂସକଙ୍କ ଭୋଟ୍ ପାଇ ଶ୍ରୀଜେସ ଏହି ପୁରସ୍କାର ହାତେଇ ନେଇଥିଲେ। ଦ୍ବିତୀୟ ସ୍ଥାନରେ ଥିବା ସ୍ପେନ୍ର ସ୍ପୋର୍ଟ୍ସ କ୍ଲାଇମ୍ବିଂ ଖେଳାଳି ଅଲ୍ବର୍ଟ ଜିନେସ ଲୋପେଜ (୬୭,୪୨୮)ଙ୍କଠୁ ଶ୍ରୀଜେସ ଦୁଇ ଗୁଣ ଭୋଟ ପାଇଥିଲେ। ଏହି ପୁରସ୍କାର ଜିତିବାରେ ଶ୍ରୀଜେସ ଦ୍ବିତୀୟ ହକି ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୨୦୨୦ରେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ଏହି ପୁରସ୍କାର ଜିତିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp