ନୂଆଦିଲ୍ଲୀ: ଲୋକପ୍ରିୟ ରିୟାଲିଟି ଚାଟ୍ ସୋ’ କଫି ଉଇଥ୍ କରଣରେ ମହିଳାମାନଙ୍କ ସଂପର୍କରେ ଅପମାନଜନକ ଟିପ୍ପଣୀ ଦେଇ ବିବାଦରେ ଫସିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ ରାହୁଲ । ବିବାଦ ତୀବ୍ର ହେବା ପରେ ଦୁହିଁଙ୍କୁ ବିସିସିଆଇ ଭାରତୀୟ ଦଳରୁ ନିଲମ୍ବିତ କରିଥିଲା । କିନ୍ତୁ ଏବେ ଦୁହିଁଙ୍କ ସମର୍ଥନରେ ନିଜର ସ୍ୱର ଉଠାଇଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ବିଗ୍ ବସ୍ ସିଜିନ୍-୧୨ର ପ୍ରତିଯୋଗୀ ଶ୍ରୀସନ୍ଥ ।
/sambad/media/post_attachments/wp-content/uploads/2019/01/KL-Rahul-300x185.jpg)
ତାଙ୍କ କହିବା ଅନୁଯାୟୀ, ‘ଯାହା ବି ହୋଇଛି ତାହା ସଂପୂର୍ଣ୍ଣ ଭୁଲ । ପାଣ୍ଡ୍ୟା ଏବଂ ରାହୁଲ ଖରାପ ମନ୍ତବ୍ୟ ଦେଇଛନ୍ତି ସତ । କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଏ ଦୁହେଁ କରିଥିବା ଭୁଲଠାରୁ ବଡ଼ ବଡ଼ ଭୁଲ କରିଛନ୍ତି । ଭୁଲ କରି ମଧ୍ୟରେ ସେମାନେ ଖେଳୁଛନ୍ତି । କେବଳ କ୍ରିକେଟ ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ଏଭଳି ଉଦାହରଣ ରହିଛି । ଆଗକୁ ବିଶ୍ୱ କପ ଆସୁଛି । ପାଣ୍ଡ୍ୟା ଏବଂ ରାହୁଲ ଦୁହେଁ ଭଲ ଖେଳାଳି ଏବଂ ସେମାନେ ଖୁବ୍ ଶୀଘ୍ର ଫେରିବା ଦରକାର। ’