ପ୍ରଥମ ଟି-୨୦: ଟସ୍‌ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

କଲମ୍ବୋ: ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏଥି ପାଇଁ ଟସ୍‌ ପଡ଼ି ସାରିଛି। ‘ନିଦହାସ ଟ୍ରଫି’ର ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ବ୍ୟାଟିଂ କରିବ।

ସୂଚନାଯୋଗ୍ୟ ଶ୍ରୀଲଙ୍କାର କେଣ୍ଡି ଜିଲ୍ଲାରେ ପୁଲିସ ମଙ୍ଗଳବାର ପୁଣି ଥରେ କର୍ଫ୍ୟୁ ଜାରି କରିଛି। କିନ୍ତୁ ଏହି ସମୟ ଭିତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ‘ନିଦହାସ ଟ୍ରଫି’ର ଟି-୨୦ ମ୍ୟାଚ୍‌ ପ୍ରଭାବିତ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ମିଡିଆ ମ୍ୟାନେଜର ସାମ୍ବାଦିକ ମାନଙ୍କୁ କଲମ୍ବୋରେ କହିଛନ୍ତି। କ୍ୟାଣ୍ଡି ଠାରେ ପରିସ୍ଥିତି ଉତ୍ତେଜାନପୂର୍ଣ୍ଣ ଥିବା ବେଳେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। କଲମ୍ବୋରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ‘ନିଦହାସ ଟ୍ରଫି’ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୮ରେ ଶେଷହେବ।

ଭାରତୀୟ ଦଳ (ସମ୍ଭାବ୍ୟ): ରୋହିତ ଶର୍ମା, ଶିଖର ଧାଓ୍ଵନ, ସୁରେଶ ରାଇନା, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଋଷବ ପନ୍ତ/ଦୀନେଶ କାର୍ତିକ, ଓ୍ଵାଶିଂଟନ୍‌ ସୁନ୍ଦର/ଦୀପକ ହୁଦା, ୟୁଜବେନ୍ଦ୍ର ଚହଲ, ସାର୍ଦୁଲ ଠାକୁର, ଅକ୍ଷର ପଟେଲ୍‌ ଏବଂ ଜୟଦେବ ଉନାଦକତ୍‌।

ଶ୍ରୀଲଙ୍କା ଦଳ (ସମ୍ଭାବ୍ୟ): କୁସାଲ ମେଣ୍ଡିସ୍‌, ଦାନୁଷ୍କ ଗୁଣତିଳକ, କୁସାଲ ପେରେରା, ଉପୁଲ ଥରଙ୍ଗା, ଦାସୁନ ସଣକା, ତିସରା ପେରେରା, ଦୀନେଶ ଚାନ୍ଦିମାଳ (ଅଧିନାୟକ/ଓ୍ଵିକେଟରକ୍ଷକ), ଅଖିଳ ଧନଞ୍ଜୟ, ଅମିଳ ଆପୋଂସୋ, ସୁରଙ୍ଗା ଲକମଲ୍‌, ଦୁଷ୍ମନ୍ତ ଚାମିରା।

ସମ୍ବନ୍ଧିତ ଖବର