ଆବୁଧାବି: ଏସିଆ କପ୍-୨୦୨୫ର ସୁପର-୪ ମୁକାବିଲାରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୩୪ ରନ୍ର ଲକ୍ଷ୍ୟ ମିଳିଛି।
ପାକିସ୍ତାନ ପାଇଁ ସାହିନ ଆଫ୍ରିଦି ସର୍ବାଧିକ ୱିକେଟ୍ ଅକ୍ତିଆର କରିଥିଲେ। ସେ ୪ଓଭର ବୋଲିଂ କରିଥିଲେ। ୨୮ ରନ୍ ଖର୍ଚ୍ଚ କରି ୩ଟି ୱିକେଟ୍ ନେଇଥିଲେ। ହରିସ ରଉଫ ଓ ହୁସେନ ତଲାତଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଛି।
ଟୁର୍ଣ୍ଣାମେଣ୍ଟର ୧୫ତମ ମ୍ୟାଚରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାପାଇଁ ପାଥୁମ ନିଶଙ୍କା ଓ କୁସାଲ ମେଣ୍ଡିଂ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭରୁ ହିଁ ଘଟିଥିଲା। କୁସାଲ ମେଣ୍ଡିସ ଖାତା ନଖୋଲି ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ। ମାତ୍ର ୧ ରନ୍ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା ବେଳେ ସ୍କୋର ୧୮ ରନ୍ ବେଳକୁ ଦ୍ବିତୀୟ ୱିକେଟ୍ର ପତ୍ତନ ଘଟିଥିଲା। ନିଶଙ୍କା ମାତ୍ର ୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।
ଶ୍ରୀଲଙ୍କା ପାଇଁ କାମିନ୍ଦୁ ମେଣ୍ଡିସ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍ ଖେଳି ଅର୍ଦ୍ଧଶତକ (୫୦ରନ୍) ସଂଗ୍ରହ କରିଥିଲେ। ଚରିଥ ଆସଲଙ୍କା ୨୦ ରନ୍, ୱାନେନ୍ଦୁ ହସରଙ୍ଗା ୧୫ ରନ୍କୁସାଲ ପେରେରା ୧୫ ରନ୍ ଓ ଚକିକା କରୁଣାରତ୍ନେ ଅପରାଜିତ ୧୭ ରନ୍ ସଂଗ୍ରହ କରିଥିଲେ।
Cricket | Sports | Asia Cup-2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/23/sl-2025-09-23-22-00-44.jpg)