କଲମ୍ବୋ: କ୍ରିକେଟର ସୁନ୍ଦର ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ ଶ୍ରୀଲଙ୍କାର ‘ଗାଲେ ଷ୍ଟାଡିୟମ’ର ପାଭଲିଅନ ପୈତୃକ ଆଇନ୍ ଉଲଂଘନ କାରଣରୁ ଭଙ୍ଗା ଯାଇପାରେ। ସରକାର କହିଛନ୍ତି, ଷ୍ଟାଡିୟମର ଗୋଟିଏ ପାଭଲିଅନ୍ ସପ୍ତଦଶ ଶତାବ୍ଦୀରେ ନିର୍ମିତ ‘ଡଚଫୋର୍ଟ’ କ୍ଷତିଗ୍ରସ୍ତ ହେବାକୁ ବସିଛି। ଏହି ଦୁର୍ଗର ନର୍ମାଣ ପର୍ତ୍ତୁଗାଲ ଉପନିବେଶକଙ୍କ ଦ୍ୱାରା ୧୫୦୫ରେ ନିର୍ମାଣ କରାଯାଇଥିଲା। ପରେ ନେଦରଲାଣ୍ଡ ଉପନିବେଶକମାନେ ଏହାକୁ ଭାଙ୍ଗି ଏଠାରେ ଅନେକ ପ୍ରାସାଦ ତିଆରି କରିଥିଲେ।
ଶ୍ରୀଲଙ୍କାର ସଂସ୍କୃତି ମନ୍ତ୍ରୀ ବିଜୟାନନ୍ଦ ରାଜପକ୍ଷେ ସଂସଦରେ କହିଛନ୍ତି, ଷ୍ଟାଡିୟମରେ ବେଆଇନ ନିର୍ମାଣ କରାଯାଇଛି। ଏଥିରେ ୫୦୦ ସିଟ୍ର ଏହି ପାଭଲିୟନ ସାମିଲ ହୋଇଛି। ଏହା ଦ୍ୱାରା ୟୁନେସ୍କୋ ଦ୍ୱାରା ‘ବିଶ୍ୱ ଐତିହ୍ୟ ମାନତା ’ ହରାଇବା ଆଶା କରାଯାଉଛି। ସେ କହିଛନ୍ତି, ଆମକୁ ନିଷ୍ପତ୍ତି ନେବାର ଅଛି ଯେ, ‘ୟୁନେସ୍କୋର ବିଶ୍ୱ ଐତିହ୍ୟ’ ମର୍ଯ୍ୟାଦା ଜାରି ରଖିବାର ଅଛି ନା ପାଭଲିୟନକୁ ବଞ୍ଚାଇବାର ଅଛି। ଅନ୍ୟପକ୍ଷରେ ଗାଲେ ଷ୍ଟାଡିୟମରେ ବସିବାର ବ୍ୟବସ୍ଥା ପାଇଁ ବିଶ୍ୱ ପ୍ରସିଦ୍ଧ।
/sambad/media/post_attachments/wp-content/uploads/2018/07/gale.jpg)
ରାଜପକ୍ଷେ କହିଛନ୍ତି, ସରକାର କଲମ୍ବୋ ଠାରୁ ୧୧୫ କିଲୋମିଟର ଦକ୍ଷିଣରେ ଗାଲେ ଠାରେ ଆଉ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ଗାଲେ ଠାରେ ଆମେ ଆହୁରି କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିପାରିବା। ସ୍ପିନରଙ୍କ ପାଇଁ ଉପଯୋଗୀ ଗାଲେ ଷ୍ଟାଡିୟମ ୧୯୯୮ରେ ନିର୍ମାଣ କରାଯାଇଥିଲା। ଏହି ଷ୍ଟାଡିୟମ ଶ୍ରୀଲଙ୍କା ପାଇଁ ଭାଗ୍ୟଶାଳୀ ହୋଇପାରିଛି। ବିଗତ ଦିନରେ ଦକ୍ଷିଣ ଆଫ୍ରିକାକୁ ଶ୍ରୀଲଙ୍କା ଏକ ଟେଷ୍ଟ ମ୍ୟାଚରେ ୨୭୮ ରନ୍ରେ ପରାସ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/galle_stadium.jpeg)