ଆଶଙ୍କାରେ ଭାରତ-ଶ୍ରୀଲଙ୍କା ଦିନିକିଆ, ବିମାନ ବନ୍ଦରରୁ ଫେରିଲେ ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୩ଟି ଦିନିକିଆ ମ୍ୟାଚ ଶୃଙ୍ଖଳାରେ ଆଶଙ୍କା ଦେଖାଯାଇଛି। ଆଗାମୀ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ଶୃଙ୍ଖଳାର ପ୍ରଥମ ଦିନିକିଆ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଖେଳାଯିବାକୁ ଥିବା ବେଳେ ମଙ୍ଗଳବାର ଶ୍ରୀଲଙ୍କାର ଖେଳାଳିମାନେ ଭାରତ ପାଇଁ ବାହାରି ଥିଲେ ମଧ୍ୟ କଲମ୍ବୋର ବିମାନ ବନ୍ଦରରୁ ଫେରି ଯାଇଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳି ନଥିବାରୁ ୯ଜଣ ଖେଳାଳି ବିମାନ ବନ୍ଦରରୁ ଫେରି ଯାଇଛନ୍ତି। ସୂଚନାଯୋଗ୍ୟ ବିଦେଶରେ ମ୍ୟାଚ ଖେଳିବା ପାଇଁ ଶ୍ରୀଲଙ୍କା ଟିମ୍‌କୁ କ୍ରୀଡ଼ା ମନ୍ତ୍ରାଳୟ ଠାରୁ ଅନୁମତି ନେବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର