ତୃତୀୟ ଦିନିକିଆ ଜିତିଲା ଶ୍ରୀଲଙ୍କା

ଭାରତ ୨-୧ରେ ଶୃଙ୍ଖଳା ବିଜୟୀ

କଲମ୍ବୋ, ୨୩ା୭: ଲଗାତାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଶୃଙ୍ଖଳା ଆଗୁଆ କବ୍‌ଜା କରିନେଇଥିବା ଭାରତ ଶୁକ୍ରବାର ତୃତୀୟ ଦିନିକିଆରେ ପରାସ୍ତ ହୋଇଛି। ଖରାପ ବ୍ୟାଟିଂ ଯୋଗୁଁ ପୂରା ଓଭର ଖେଳିପାରିନଥିବା ଏହି ଦଳକୁ ୪୮ ବଲ୍‌ ପୂର୍ବରୁ ୩ ୱିକେଟ୍‌ରେ ପରାସ୍ତ କରିଦେଇଛି ଶ୍ରୀଲଙ୍କା। ବର୍ଷା ଯୋଗୁଁ ଏହି ମ୍ୟାଚ୍‌କୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୩.୧ ଓଭରରେ ୨୨୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା ବେଳେ ଶ୍ରୀଲଙ୍କା ଅଭିଷ୍କା ଫର୍ନାଣ୍ଡୋ (୭୬) ଓ ଭାନୁକା ରାଜପସ୍କ (୬୫)ଙ୍କ ଚିତାକର୍ଷକ ଅର୍ଦ୍ଧଶତକ ସହାୟତାରେ ୩୯ ଓଭରରେ ୭ ୱିକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା। ଉଭୟେ ଅଭିଷ୍କା ଓ ରାଜପକ୍ସ ଦ୍ବିତୀୟ ୱିକେଟ୍‌ରେ ୧୦୯ ରନ୍ ଯୋଡ଼ି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଶେଷଆଡ଼କୁ ରାହୁଲ ଚହର ୱିକେଟ୍‌ ଝଡ଼ାଇଥିଲେ ମଧ୍ୟ ଶ୍ରୀଲଙ୍କାକୁ ପରାଜୟ ଦେବାରେ ଯଥେଷ୍ଟ ହୋଇନଥିଲା। ଅଭିଷ୍କା ମ୍ୟାଚ୍‌ର ଏବଂ ସୁର୍ଯ୍ୟକୁମାର ଯାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଭାରତ ଏହି ମ୍ୟାଚ୍‌ରେ ୫ ଜଣଙ୍କୁ ପଦାର୍ପଣ ସୁଯୋଗ ଦେଇଥିଲା ବେଳେ ମୋଟ ୬ ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଦ୍ବିତୀୟ ଦିନିକିଆ ଖେଳିଥିବା ଦଳରୁ ଉପଅଧିନାୟକ ଭୁବନେଶ୍ବର କୁମାର, ଦ୍ରୁତ ବୋଲର ଦୀପକ ଚହର, ଦୁଇ ସ୍ପିନର ୟୁଝ୍‌ବେନ୍ଦ୍ର ଚହଲ ଓ କୁଲ୍‌ଦୀପ ଯାଦବଙ୍କ ସମେତ ଈଶାନ କିଶନ ଓ ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ବାଦ୍‌ ଦିଆଯାଇଥିଲା। ଆଉ ସେମାନଙ୍କ ସ୍ଥାନରେ ନୀତୀଶ ରାଣା, ରାହୁଲ ଚହର, ଚେତନ ସାକାରିୟା, କ୍ରିଷ୍ଣପା ଗୌତମ, ନଭ୍‌ଦୀପ ସୈନି ଏବଂ ସଞ୍ଜୁ ସାମ୍‌ସନ୍‌ଙ୍କୁ ସାମିଲ କରାଯାଇଥିଲା। ତେବେ ପଦାର୍ପଣରେ ନୀତୀଶ ରାଣା ଓ କ୍ରିଷ୍ଣପ୍ପା ଗୌତମ ନିରାଶ କରିଥିଲେ। ତଥାପି ପୃଥ୍ବୀ ସ’ (୪୯, ୪୯ ବଲ୍‌, ୮ ଚୌକା), ପଦାର୍ପଣକାରୀ ସଞ୍ଜୁ ସାମ୍‌ସନ୍‌ (୪୬, ୪୬ ବଲ୍‌, ୫ ଚୌକା, ୧ ଛକା) ଓ ସୂର୍ଯ୍ୟକୁମାର ଯାଦବ (୪୦, ୩୭ ବଲ୍‌, ୭ ଚୌକା)ଙ୍କ ମୂଲ୍ୟବାନ ଅବଦାନ ସତ୍ତ୍ବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପୂରା ଓଭର ଖେଳିପାରିନଥିଲା। ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା (୧୯, ୧୭ ବଲ୍‌, ୩ ‌ଚୌକା) ତାଙ୍କ ଚମକ ଫେରିପାଇବାକୁ ସଂଘର୍ଷ ଜାରି ରଖିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଜୟୱିକ୍ରମା ଓ ଧନଞ୍ଜୟ ୩-୩ ଏବଂ ଚାମିରା ୨ ୱିକେଟ୍‌ ନେଇଥିଲେ।

ତୃତୀୟ ଦିନିକିଆ ସ୍କୋର‌୍‌ କାର୍ଡ

ଭାରତ ପାଳି: ୨୨୫/୧୦
ପୃଥ୍ବୀ ସ’-ଏଲ୍‌ବି-ବୋ-ସନକା-୪୯
ଶିଖର ଧାୱନ୍‌-କ-ଭାନୁକା-ବୋ-ଚାମିରା-୧୩
ସଞ୍ଜୁ ସାମ୍‌ସନ୍‌-କ-ଅଭିଷ୍କା-ବୋ-ଜୟୱିକ୍ରମା-୪୬
ମନୀଷ ପାଣ୍ଡେ-କ-ଭାନୁକା-ବୋ-ଜୟୱିକ୍ରମା-୧୧
ସୂର୍ଯ୍ୟକୁମାର-ଏଲ୍‌ବି-ବୋ-ଧନଞ୍ଜୟ-୪୦
ହାର୍ଦିକ୍‌ ପାଣ୍ଡ୍ୟା-ଏଲ୍‌ବି-ବୋ-ଜୟୱିକ୍ରମା-୧୯
ନୀତୀଶ ରାଣା-କ-ଭାନୁକା-ବୋ-ଧନଞ୍ଜୟ-୦୭
କ୍ରିଷ୍ଣପ୍ପା ଗୌତମ-ଏଲ୍‌ବି-ବୋ-ଧନଞ୍ଜୟ-୦୨
ରାହୁଲ ଚହର-କ ଓ ବୋ-କରୁଣାରତ୍ନେ୧୩
ନଭ୍‌ଦୀପ ସୈନି-କ-ଅଭିଷ୍କା-ବୋ-ଚାମିରା-୧୫
ଚେତନ ସାକାରିୟା-ଅପରାଜିତ-୦୦
ଅତିରିକ୍ତ- (ଲେଗ୍‌ବାଇ-୧, ୱା-୯)୧୦
ମୋଟ-(୪୩.୧ ଓଭର, ଅଲ୍‌ଆଉଟ୍‌)-୨୨୫
ୱିକେଟ୍‌ ପତନ: ୨୮/୧, ୧୦୨/୨, ୧୧୮/୩, ୪/୧୫୭, ୫/୧୭୯, ୧୯୦/୬ ୧୯୪/୭, ୧୯୫/୮, ୨୨୪/୯, ୨୨୫/୧୦।
ବୋଲି˚: ଦୁଷ୍ମନ୍ତ ଚାମିରା ୮.୧-୦-୫୫-୨, ଅକିଲ ଧନଞ୍ଜୟ ୧୦-୦-୪୪-୩, ଚାମିକା କରୁଣାରତ୍ନେ ୬-୦-୨୫-୧, ପ୍ରବୀଣ ଜୟୱିକ୍ରମା ୧୦-୦-୫୯-୩, ଦାସୁନ ସନକା ୮-୦-୩୩-୧, ରମେଶ ମେଣ୍ଡିସ ୧-୦-୮-୦।

ଶ୍ରୀଲଙ୍କା ପାଳି: ୨୨୭/୭
ଅଭିଷ୍କା ଫର୍ନାଣ୍ଡୋ-କ-ସ-ବୋ-ଚହର-୭୬
ଭାନୁକା-କ-ସାକାରିୟା-ବୋ-ଗୌତମ-୦୭
ରାଜପକ୍ସ-କ-ଗୌତମ-ବୋ-ସାକାରିୟା-୬୫
ଧନଞ୍ଜୟ ଡି’ ସିଲ୍‌ଭା-କ-ଓ-ବୋ-ସାକାରିୟା-୦୨
ଆସାଲଙ୍କା-ଏଲ୍‌ବି-ବୋ-ହାର୍ଦିକ୍‌ ପାଣ୍ଡ୍ୟା-୨୪
ଦାସୁନ ସନକା-କ-ପାଣ୍ଡେ-ବୋ-ଚହର-୦୦
ରମେଶ ମେଣ୍ଡିସ୍‌-ଅପରାଜିତ-୧୨
କରୁଣାରତ୍ନେ-ଷ୍ଟମ୍ପ୍‌-ସାମ୍‌ସନ୍‌-ବୋ-ଚହର-୦୩
ଅକିଲ ଧନଞ୍ଜୟ-ଅପରାଜିତ-୦୫
ଅତିରିକ୍ତ-(ବା-୪, ଲେଗ୍‌ବାଇ-୬, ୱା-୧୫, ନୋ-୫)୩୦
ମୋଟ-(୩୯ ଓଭର, ୭ ୱିକେଟ୍‌)-୨୨୭
ୱିକେଟ୍‌ ପତନ: ୩୫/୧, ୧୪୪/୨, ୧୫୧/୩, ୧୯୪/୪, ୧୯୫/୫, ୨୧୪/୬, ୨୨୦/୭।
ବୋଲି˚: ନଭ୍‌ଦୀପ ‌ସୈନି ୫-୦-୨୭-୦, ଚେତନ ସାକାରିୟା ୮-୦-୩୪-୨, ରାହୁଲ ଚହର ୧୦-୦-୫୪-୩, କ୍ରିଷ୍ଣପ୍ପା ଗୌତମ ୮-୦-୪୯-୧, ହାର୍ଦିକ୍‌ ପାଣ୍ଡ୍ୟା ୫-୦-୪୩-୧, ନୀତୀଶ ରାଣା ୩-୦-୧୦-୦।

ସମ୍ବନ୍ଧିତ ଖବର