କଲମ୍ବୋ: ଶ୍ରୀଲଙ୍କା ୧୯ବର୍ଷରୁ କମ୍ ଦଳର ପୂର୍ବତନ ଅଧିନାୟକ ଧମିକା ନିରୋସ୍ନାଙ୍କୁ ଜଣେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଘର ଆଗରେ ଗୁଳିକରି ହତ୍ୟା କରିଛି। ୪୧ ବର୍ଷୀୟ ନିରୋସ୍ନାଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ନୃଶଂସ ଭାବେ ହତ୍ୟା କରାଯାଇଛି ତାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଶ୍ରୀଲଙ୍କା ପୁଲିସ ଏକ ହତ୍ୟା ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ୨୦୦୧ରୁ ୨୦୦୪ ମଧ୍ୟରେ ଗଲ୍ କ୍ରିକେଟ୍ କ୍ଲବ୍ ପକ୍ଷରୁ ନିରୋସ୍ନା ୧୨ଟି ପ୍ରଥମ ଶ୍ରେଣୀ ଏବଂ ୮ଟି ଲିଷ୍ଟ ‘ଏ’ ମ୍ୟାଚ୍ ଖେଳିଥିଲେ। ୩୦୦ ରନ୍ କରିବା ସହ ୧୯ ୱିକେଟ୍ କରାୟତ୍ତ କରିଥିଲେ। ୨୦୦୦ ମସିହାରେ ଶ୍ରୀଲଙ୍କା ୧୯ବର୍ଷରୁ କମ୍ ଦଳରେ ପଦାର୍ପଣ କରି ୨୦୦୨ରେ ଅଧିନାୟକ ପଦ ଗ୍ରହଣ କରିଥିଲେ। ତେବେ ୨୦୦୪ ମସିହାରେ ଅଚାନକ ସେ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଶ୍ରୀଲଙ୍କା ଜାତୀୟ ଦଳର ପ୍ରତିନିଧିତ୍ବ କରି ନଥିଲେ ବି ଆଞ୍ଜେଲୋ ମାଥ୍ୟୁସ, ଉପୁଲ ଥରଙ୍ଗା ଓ ପର୍ଭେଜ୍ ମହାରୁଫ୍ଙ୍କ ଭଳି ତାରକା ଏକଦା ତାଙ୍କ ସାଥୀ କ୍ରିକେଟର୍ ଥିଲେ।
ଶ୍ରୀଲଙ୍କା କ୍ରିକେଟର୍ଙ୍କୁ ଗୁଳି କରି ହତ୍ୟା
/sambad/media/post_attachments/wp-content/uploads/2024/07/fhfhfhfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)