କଟକ: ପୂର୍ବତନ କ୍ରିକେଟର ତଥା ବିସିସିଆଇ ଲେଭଲ-୩ ପ୍ରଶିକ୍ଷକ ଆର୍ ଶ୍ରୀକାନ୍ତ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ବୈଷୟିକ ନିର୍ଦ୍ଦେଶକ ଓ କ୍ରିକେଟ ପରିଚାଳନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ ବିସିସିଆଇ ସ୍ବୀକୃତିପ୍ରାପ୍ତ ଭିଡିଓ ଆନାଲିଟିକ୍ସ ଗଣେଶ କରଙ୍କୁ ଓସିଏର ଡାଟା ଆନାଲିଟିକ୍ସ ଓ ପରଫରର୍ମାନ୍ସ ମ୍ୟାନେଜମେଣ୍ଟ ମୁଖ୍ୟ ଏବ˚ ବିସିସିଆଇ ଲେଭଲ-୧ ଟ୍ରେନର ଅମିୟ କୁମାର ମହାନ୍ତିଙ୍କୁ ଷ୍ଟ୍ରେନ୍ଥ ଆଣ୍ତ କଣ୍ତିସନି˚ ପ୍ରଶିକ୍ଷଣ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।
ଶ୍ରୀକାନ୍ତ ଦୀର୍ଘ ୨୦ ବର୍ଷ ଧରି ପ୍ରଶିକ୍ଷଣ କ୍ଷେତ୍ରରେ ଅଭିଜ୍ଞତା ରଖିଥିଲା ବେଳେ ଏନ୍ସିଏ ଓ ଜେଡ୍ସିଏରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥିସହ ଓଡ଼ିଶାର ବିଭିନ୍ନ ବୟସ ବର୍ଗର ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ଦେଇଥିବା ବେଳେ ଏକଦା ଓଡ଼ିଶା କ୍ରିକେଟ ଏକାଡେମିର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ଗଣେଶ କର ଡାଟା ଆନାଲିଟିକ୍ସ କ୍ଷେତ୍ରରେ ୧୪ ବର୍ଷର ଅଭିଜ୍ଞତା ରଖିଛନ୍ତି। ପୂର୍ବରୁ ଓଡ଼ିଶା ରଣଜୀ ଦଳ ଓ ଓଡ଼ିଶା କ୍ରିକେଟ ଏକାଡେମିରେ ସେ କାର୍ଯ୍ୟ କରିଛନ୍ତି। ଏପରିକି ପିଏଚ୍ଏଲ୍ ହକି ଲିଗ୍ରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଅମିୟ କୁମାର ମହାନ୍ତି ଜଣେ କ୍ରିକେଟର ଭାବେ ଅଭିଜ୍ଞତା ରଖିଛନ୍ତି। ସର୍ଭିସେସ୍ ତରଫରୁ ଦୀର୍ଘବର୍ଷ ଧରି ସେ କ୍ରିକେଟ ଖେଳିଥିଲା ବେଳେ ବିସିସିଆଇର ଲେଭଲ-୧ ଟ୍ରେନର ଭାବେ ସ୍ବୀକୃତି ପାଇଛନ୍ତି। ଓସିଏ ସହ ଯୋଡ଼ି ହେବା ପୂର୍ବରୁ ବିଦର୍ଭ କ୍ରିକେଟ ସ˚ଘର ଷ୍ଟ୍ରେନ୍ଥ ଆଣ୍ତ କଣ୍ତିସନି˚ ପ୍ରଶିକ୍ଷଣର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।