ଡେନ୍‌ମାର୍କ ଓପନ୍‌ ଫାଇନାଲରେ ଶ୍ରୀକାନ୍ତ

ଓଡେନ୍‌ସି: କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନ୍‌ମାର୍କ ଓପନ୍‌ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱ ବିଜେତା ତଥା ଘରୋଇ ପସନ୍ଦ ଖେଳାଳି ଭିକ୍ଟର ଆକ୍ସେଲ୍‌ସେନ୍‌ଙ୍କୁ ୧୪-୨୧, ୨୨-୨୦ ଓ ୨୧-୧୭ରେ ପରାସ୍ତ କରି ସେମିଫାଇନାଲକୁ ଯାଇଥିବା ଅଷ୍ଟ ମାନ୍ୟତା ଶ୍ରୀକାନ୍ତ ସେମିରେ ହଂକଂର ଭିନ୍‌ସେଣ୍ଟ କି’ ଓଙ୍ଗ ଓ୍ଵିଙ୍ଗଙ୍କୁ ୨୧-୧୮, ୨୧-୧୭ରେ ପରାସ୍ତ କରି ନିଜ ତୃତୀୟ ସୁପର ସିରିଜ୍‌ ଟ୍ରଫି ଜିତିବା ଦିଗରେ ଅଗ୍ରସର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରୁ ତାରକା ଖେଳାଳି ସାଇନା ନେହଓ୍ଵାଲ୍‌, ପିଭି ସିନ୍ଧୁ ଓ ଏଚ୍‌ଏସ୍‌ ପ୍ରଣୟଙ୍କ ସହ ଅନ୍ୟ ସମସ୍ତ ଭାରତୀୟ ଖେଳାଳି ବିଦାୟ ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର