ପାକିସ୍ତାନରେ ଅଧିକ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଆଗ୍ରହୀ

କଲମ୍ବୋ: ପ୍ରାୟ ୮ ବର୍ଷ ପରେ ଗତ ରବିବାର ଶ୍ରୀଲଙ୍କା ଦଳ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା। ଲାହୋରରେ ଏହି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ସଫଳତା ସହ ଆୟୋଜିତ ହୋଇଥିବାରୁ ପାକିସ୍ତାନରେ ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବାକୁ ଆମେ ଆଗ୍ରହୀ ବୋଲି ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍‌ର ମୁଖ୍ୟ ଅଧିକାରୀ ଆସ୍‌ଲେ ଡି’ସିଲ୍‌ଭା କହିଛନ୍ତି। ରବିବାର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବେଳେ ମିଳିଥିବା ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ରହିଥିଲା। ଆମେ ଏଥିରେ ଖୁସି। ପ୍ରଥମେ କନିଷ୍ଠ ଦଳକୁ ଏବଂ ଯଥା ଶୀଘ୍ର ସମ୍ଭବ ହେବ ବରିଷ୍ଠ ଦଳ ପଠାଇବାକୁ ଆମର ଇଛା ରହିଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୦୯ ମାର୍ଚରେ ପାକିସ୍ତାନର ଲାହୋରଠାରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବସ୍‌ ଉପରେ ବନ୍ଧୁକଧାରୀ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୮ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୭ ଶ୍ରୀଲଙ୍କା ଖେଳାଳି ଏବଂ ଅଧିକାରୀ ଆହତ ହୋଇଥିଲେ। ଏହାପରଠୁ ପାକିସ୍ତାନ ୟୁଏଇରେ ଘରୋଇ ଶୃଙ୍ଖଳା ଖେଳିଆସୁଛି।

ସମ୍ବନ୍ଧିତ ଖବର