ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ୨ୟ ଦିନିକିଆରେ ଶ୍ରୀଲଙ୍କା ଭାରତ ଆଗରେ ୨୭୬ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୭୫ ରନ କରିପାରିଥିଲା ।

ଶ୍ରୀଲଙ୍କା ପକ୍ଷରୁ ଓପନର ଆଭିଷ୍କା ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁଷ୍କା ପ୍ରଥମ ଓ୍ବିକେଟ ଯୋଡ଼ିରେ ୭୭ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଫର୍ଣ୍ଣାଣ୍ଡୋ ୫୦ ଓ ଭାନୁଷ୍କା ୩୬ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳୀୟ ସ୍କୋର ଆଗେଇ ପାରିନଥିଲା । କିନ୍ତୁ ଚରିତ୍ ଅସଲଙ୍କା ଓ ଚାମିକା କରୁଣାରତ୍ନେ ଦୃଢ ବ୍ୟାଟିଂ କରି ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଥିଲେ । ଅସଲଙ୍କା ୬୫ ରନ କରିଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗତ ୧୮ ତାରିଖରେ ଖେଳାଯାଇଥିବା ଭାରତ -ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ଭାରତ ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ବିଜୟୀ ଭାରତ ସିରିଜକୁ କବଜା କରିବ । କିନ୍ତୁ ଶ୍ରୀଲଙ୍କା ଜିତିଲେ ୩ୟ ମ୍ୟାଚର ଗୁରୁତ୍ବ ବଢିଯିବ ।

ସମ୍ବନ୍ଧିତ ଖବର