ଶ୍ରୀଲଙ୍କା ବୋର୍ଡର ଚେତାବନୀ:ଲାହୋରରେ ନଖେଳିଲେ ବିଦା

କଲମ୍ବୋ: ଲାହୋରରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ତୃତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଖେଳିବାକୁ ଅମଙ୍ଗ ହେଉଥିବା ଖେଳାଳିଙ୍କୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଚେତାବନୀ ଶୁଣାଇଛି। ସୁରକ୍ଷା ଦୃଷ୍ଟିରୁ ସେମାନେ ନିରାପଦ ମଣୁନଥିବାରୁ ଅଧିକାଂଶ ସିଂହଳୀ ଖେଳାଳି ପାକିସ୍ତାନ ଯିବାକୁ ଅନିଛା ପ୍ରକାଶ କରୁଛନ୍ତି। ହେଲେ ଶ୍ରୀଲଙ୍କା ବୋର୍ଡ ପାକିସ୍ତାନ ଯାଇ ଲାହୋର ମ୍ୟାଚ୍‌ ଖେଳିବାକୁ ବାଧ୍ୟ କରୁଛି। ଏପରିକି ଯେଉଁ ଖେଳାଳିମାନେ ଲାହୋର ମ୍ୟାଚ୍‌ ଖେଳିବାକୁ ରାଜି ନହେବେ ସେମାନଙ୍କୁ ପୂରା ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଦଳରୁ ବାଦ୍‌ ଦିଆଯିବ ବୋଲି ବୋର୍ଡ ଚେତାବନୀ ଶୁଣାଇଛି। ୨୪ ଘଣ୍ଟିଆ ପାକିସ୍ତାନ ଗସ୍ତ କଲେ କୌଣସି ଅସୁବିଧା ହେବନାହିଁ ବୋଲି ବୋର୍ଡ ଖେଳାଳିଙ୍କୁ ବୁଝାଇଲା ପରେ ବି କିଛି ଖେଳାଳି ଲାହୋରରେ ଖେଳିବାକୁ ରାଜି ହେଉନାହାନ୍ତି।

ସମ୍ବନ୍ଧିତ ଖବର