ଶ୍ରୀଲଙ୍କା ଖାତା ଖୋଲିଲା

0

କାର୍ଡିଫ: ଚଳିତ କ୍ରିକେଟ୍ ବିଶ୍ବକପରେ ପୂର୍ବ ବିଜେତା ଶ୍ରୀଲଙ୍କା ବିଜୟ ଖାତା ଖୋଲିଛି। ନିଜ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ବରଣ କରିଥିବା‌ ସିଂହଳୀ ଦଳ ମଙ୍ଗଳବାର ଅନଭିଜ୍ଞ ଆଫଗାନିସ୍ତାନକୁ ଡକୱର୍ଥ/ଲୁଇସ୍ ନିୟମରେ ୩୪ ରନ୍‌ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ପ୍ରଥମ ଲଢ଼େଇରେ ଏହି ଦଳ ୫ ଥର ବିଜେତା ଅଷ୍ଟ୍ରେଲିଆଠାରୁ ହାରିଥିଲା।
ମଙ୍ଗଳବାର ଶ୍ରୀଲଙ୍କା ୩୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୧ ରନ୍‌ କରିଥିଲା। ହେଲେ ବର୍ଷା ପାଇଁ ଡକୱର୍ଥ/ଲୁଇସ୍ ନିୟମରେ ଆଫଗାନିସ୍ତାନକୁ ୧୮୭ ରନ୍‌ର ଲକ୍ଷ୍ୟ ମିଳିଥିଲା। ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୩୨.୪ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ନାଜିବୁଲ୍ଲା ଜର୍ଦାନ (୪୩) ଓ ହଜରତୁଲ୍ଲା ଜଜାଇ (୩୦)ଙ୍କ ଛଡ଼ା ଅନ୍ୟ କୌଣସି ଆଫଗାନ ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ପ୍ରଦର୍ଶନ କରି ପାରି ନଥିଲେ। ଶ୍ରୀଲଙ୍କାର ଅଭିଜ୍ଞ ବୋଲର ଲସିଥ ମାଲିଙ୍ଗା (୩/୩୯) ଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ନୂୱାନ ପ୍ରଦୀପ (୪/୩୧) ୭ ୱିକେଟ୍ ବାଣ୍ଟିନେଇ ଶ୍ରୀଲଙ୍କାକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଶ୍ରୀଲଙ୍କା ପାଳିର ୩୩ତମ ଓଭରରେ ବର୍ଷା ହେବା ପରେ ମ୍ୟାଚ୍‌କୁ ୪୧ ଓଭରକୁ କମାଇ ଦିଆଯାଇଥିଲା।
ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦିମୁଥ କରୁଣାରତ୍ନେ (୩୦ ରନ୍, ୪୫ ବଲ୍, ୩ ଚୌକା) ଓ କୁଶଲ ପେରେରା (୭୮ ରନ୍, ୮୧ ବଲ୍, ୮ ଚୌକା) ପ୍ରଥମ ୧୦ ଓଭରରେ ୭୯ ରନ୍ ଅମଳ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୯୨ ରନ୍ ବି ‌ଯୋଡ଼ିଥି‌ଲେ। ଏପରିକି ଶ୍ରୀଲଙ୍କା ମାତ୍ର ଗୋଟିଏ ୱିକେଟ୍ ବିନିମୟରେ ୧୪୩ ରନ୍ କରି ନେଇଥିଲା। ଏହା ପରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ଶ୍ରୀଲଙ୍କା ୩୬ ରନ୍‌ରେ ୭ ୱିକେଟ୍ ହରାଇଥିଲା। ନବିଙ୍କ ନେତୃତ୍ବରେ ଆଫଗାନିସ୍ତାନ ଜବରଦସ୍ତ ପ୍ରତ୍ୟାବର୍ତନ କରିଥିଲା। ଗୋଟିଏ ଓଭରରେ ଲାହିରୁ ଥିରିମାନେ (୨୫), କୁଶଲ ମେଣ୍ଡିସ୍ (୨) ଓ ଆଞ୍ଜେଲୋ ମାଥ୍ୟୁସ (୦)ଙ୍କ ୱିକେଟ୍ ନେଇ ନବି ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥି‌ଲେ।

ଆଫ୍‌ଗାନିସ୍ତାନ-ଶ୍ରୀଲଙ୍କା ସ୍କୋର‌୍‌ କାର୍ଡ

ଶ୍ରୀଲଙ୍କା: ୨୦୧/୧୦
କରୁଣାରତ୍ନେ-କ-ନାଜିବୁଲା-ବୋ-ନବି-୩୦
କୁସାଲ ପେରେରା-କ-ସାହଜାଦ୍‌-ବୋ-ରସିଦ୍‌-୭୮
ଲାହିରୁ ଥିରିମାନେ-ବୋ-ନବି-୨୫
କୁସାଲ ମେଣ୍ଡିସ୍‌-କ-ସାହା-ବୋ-ନବି-୦୨
ମାଥ୍ୟୁସ୍‌-କ-ସାହା-ବୋ-ନବି-୦୦
ଡି ସିଲ୍‌ଭା-କ-ସାହାଜାଦ୍‌-ବୋ-ହାସନ୍‌-୦୦
ତିସାରା ପେରେରା-ରନ୍‌ ଆଉଟ୍‌-୦୨
ଇସୁରୁ ଉଡାନା-ବୋ-ଦୌଲତ-୧୦
ସୁରଙ୍ଗା ଲାକ୍‌ମଲ୍‌-ଅପରାଜିତ-୧୫
ଲସିତ୍‌ ମାଲିଙ୍ଗା-ବୋ-ଦୌଲତ-୦୪
ନୁୱାନ ପ୍ରଦୀପ-ବୋ-ରସିଦ୍‌-୦୦
ଅତିରିକ୍ତ- (ନୋ-୩, ଏଲ୍‌ବି-୧୦, ୱାଇଡ୍‌-୨୨)-୩୫
ମୋଟ-(୩୬.୫ ଓଭର, ଅଲ୍‌ଆଉଟ୍‌)-୨୦୧
ୱିକେଟ୍‌ ପତନ: ୧/୯୨, ୨/୧୪୪, ୩/୧୪୬, ୪/୧୪୬, ୫/୧୪୯, ୬/୧୫୯, ୭/୧୭୮, ୮/୧୮୦, ୯/୧୯୯, ୧୦/୨୦୧।
ବୋଲି˚: ଦୌଲତ ଜଦ୍ରାନ୍‌ ୬-୦-୩୪-୨, ହମିଦ୍‌ ହାସନ୍‌ ୭-୦-୫୩-୧, ମୁଜୀବ୍‌ ଉର୍‌ ରହମନ୍‌ ୩-୦-୧୯-୦, ମହମ୍ମଦ ନବି ୯-୦-୩୦-୪, ଗୁଲ୍‌ବଦିନ୍‌ ନାଏବ୍‌ ୪-୦-୩୮-୦, ରସିଦ୍‌ ଖାନ୍‌ ୭.୫-୧-୧୭-୨।
ଆଫ୍‌ଗାନିସ୍ତାନ: ୧୫୨/୧୦
ସାହଜାଦ୍‌-କ-କରୁଣାରତ୍ନେ-ବୋ-ମାଲିଙ୍ଗା-୦୭
ଜଜାଇ-କ-ପେରେରା-ବୋ-ପ୍ରଦୀପ-୩୦
ରହମତ୍‌ ସାହ-କ-ମାଥ୍ୟୁସ୍‌-ବୋ-ଉଡାନା-୦୨
ହାସ୍‌ମତୁଲ୍ଲା-କ-ପେରେରା-ବୋ-ପ୍ରଦୀପ-୦୪
ମହମ୍ମଦ ନବି-ବୋ-ପେରେରା-୧୧
ଗୁଲ୍‌ବଦିନ୍‌ ନାଏବ-ଏଲ୍‌ବି-ବୋ-ପ୍ରଦୀପ-୨୩
ନାଜିବୁଲା ଜଦ୍ରାନ-ରନ୍‌ଆଉଟ୍‌- ୪୩
ରସିଦ୍‌ ଖାନ୍‌-ବୋ-ପ୍ରଦୀପ-୦୨
ଦୌଲତ ଜଦ୍ରାନ-ବୋ-ମାଲିଙ୍ଗା- ୦୬
ହମିଦ ହାସନ-ବୋ-ମାଲିଙ୍ଗା- ୦୬
ମୁଜିବ ଉର୍‌ ରହମାନ-ଅପରାଜିତ- ୦୧
ଅତିରିକ୍ତ- (ବା-୧, ନୋ-୧, ୱା-୧୫)-୧୭
ମୋଟ-(୩୨.୪ ଓଭର, ଅଲ୍‌ଆଉଟ୍‌)-୧୫୨
ୱିକେଟ୍‌ ପତନ: ୧/୩୪, ୨/୪୨, ୩/୪୪, ୪/୫୭, ୫/୫୭, ୬/୧୨୧, ୭/୧୨୩, ୮/୧୩୬, ୯/୧୪୫, ୧୦/୧୫୨।
ବୋଲି˚: ଲସିତ୍‌ ମାଲିଙ୍ଗା ୬.୪-୦-୩୯-୩, ସୁରଙ୍ଗା ଲାକ୍‌ମଲ ୬-୦-୨୭-୦, ଇସୁରୁ ଉଡାନା ୬-୦-୨୮-୧, ନୁୱ‌ାନ୍‌ ପ୍ରଦୀପ ୯-୧-୩୧-୪, ତିସାରା ପେରେରା ୪-୦-୧୯-୧, ଧନଞ୍ଜୟ ଡି’ ସିଲ୍‌ଭା ୧-୦-୭-୦।

ସମ୍ବନ୍ଧିତ ଖବର