ପାକିସ୍ତାନ ଶ୍ରୀଲଙ୍କା ୨ୟ ଏକଦିବସୀୟ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

କୋହଲିଙ୍କୁ ପଛରେ ପକାଇଲେ ବାବର

କରାଚୀ : କରାଚୀଠାରେ ଚାଲିଥିବା ପାକିସ୍ତାନ ଓ ଶ୍ରୀଲଙ୍କା ୨ୟ ଏକଦିବସୀୟ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟରେ ୩୦୫ ରନ ସଂଗ୍ରହ କରିଛି । ଏହାର ଜବାବରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଶ୍ରୀଲଙ୍କା ୯ ଓଭରରେ ମାତ୍ର ୨୨ ରନକରି ୪ ଓ୍ଵିକେଟ ହରାଇଛି ।
ଆଜିର ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ବାବର ଆଜମ ନିଜ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି । ସେ ଆଜି ୧୧୫ ରନ କରି ଲାହିରୁ କୁମାରାଙ୍କ ବଲରେ ଆଉଟ ହୋଇଥିଲେ । ଫକର ଜମାନ ୫୪ ଓ ହାରିସ ସୋହେଲ ୪୦ ରନ ସଂଗ୍ରହ କରିଥିଲେ । ତେବେ ବାବର ଆଜମଙ୍କ ଇନିଂସର ବିଶେଷତ୍ୱ ହେଉଛି ସେ ୭୧ଟି ଇନିଂସ ଖେଳି ୧୧ଟି ଶତକ ହାସଲ କରିଛନ୍ତି । ଏ କ୍ଷେତ୍ରରେ ସେ ବିରାଟ କୋହଲିଙ୍କୁ ଟପିଯାଇଛନ୍ତି। ବିରାଟ ୮୨ଟି ଇନିଂସରେ ୧୧ଟି ଶତକ ହାସଲ କରିଥିଲେ । ତେବେ ଏ କ୍ଷେତ୍ରରେ ଥିବା ବିଶ୍ୱ ରେକର୍ଡ ଏପର୍ଯ୍ୟନ୍ତ କାଏମ ରହିଛି । ଦକ୍ଷିଣ ଆଫ୍ରିକାର ହାସିମ ଆମଲା ମାତ୍ର ୬୪ଟି ଇନିଂସ ଖେଳି ୧୧ଟି ଶତକ ହାସଲ କରିଛନ୍ତି ।

ସମ୍ବନ୍ଧିତ ଖବର