ଭାରତ ଗସ୍ତ ପାଇଁ ଶ୍ରୀଲଙ୍କା-ଏ ଦଳରେ ଡିକ୍‌ୱେଲା ଓ ଧନଞ୍ଜୟ

କଲମ୍ବୋ: ଭାରତ ଗସ୍ତ ପାଇଁ ଶ୍ରୀଲଙ୍କା-ଏ ଦଳରେ ନିରୋସାନ୍‌ ଡିକ୍‌ୱେଲା ଏବଂ ଅକିଲ ଧନଞ୍ଜୟଙ୍କ ସହିତ ଲକ୍ଷ୍ମଣ ସନ୍ଦକନ୍‌ ସ୍ଥାନ ପାଇଛନ୍ତି। ଏହି ତିନି ଜଣ ଶ୍ରୀଲଙ୍କା ବିଶ୍ବକପ୍‌ ଦଳରେ ସ୍ଥାନ ପାଇନଥିବାରୁ ‘ଏ’ ଦଳରେ ସାମିଲ ହୋଇଛନ୍ତି। ଚଳିତ ମାସ ୨୧ ତାରିଖରୁ ସିଂହଳୀ-ଏ ଦଳ ଭାରତ ଗସ୍ତରେ ଆସି ଦୁଇଟି ୪ ଦିନିଆ ଏବଂ ୫ ଦିନିକିଆ ମ୍ୟାଚ୍‌ ଖେଳିବ। ଆସାନ୍‌ ପ୍ରିୟଞ୍ଜନ ସିଂହଳୀ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଡିକ୍‌ୱେଲା, ଧନଞ୍ଜୟ ଓ ସନ୍ଦକନ୍‌ଙ୍କ ବ୍ୟତୀତ ୧୫ ଜଣିଆ ‘ଏ’ ଦଳରେ ୬ରୁ ଅଧିକ ଟେଷ୍ଟ୍‌ ଖେଳାଳି ମଧ୍ୟ ଭାରତ ଆସିବେ। ସେମାନଙ୍କ ମଧ୍ୟରେ ବିଶ୍ବ ଫର୍ନାଣ୍ଡେ, ଲାହିରୁ କୁମାରା, ଦୁଷ୍ମନ୍ତ ଚାମିରା, ଲସିତ୍‌ ଏମ୍ବୁଲଡେନିୟା, ଦନୁଷ୍କା ଗୁଣତିଳକ ଓ ସେହାନ୍‌ ଜୟସୂରିଆ ରହିଛନ୍ତି।

ସମ୍ବନ୍ଧିତ ଖବର