ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ: ଟସ ଜିଣି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି

କାର୍ଡିଫ : କାର୍ଡିଫ (ଇଂଲାଣ୍ଡ)ର ସୋଫିଆ ଗାଡେନ୍ସଠାରେ ଆଜି ବିଶ୍ୱକପ କ୍ରିକେଟ ୨୦୧୯ର ୭ମ ମ୍ୟାଚରେ ୧୯୯୬ର ବିଶ୍ୱକପ ବିଜେତା ଶ୍ରୀଲଙ୍କା ଆଫଗାନିସ୍ତାନକୁ ଭେଟୁଛି । ଆଫଗାନିସ୍ତାନ ଅଧିନାୟକ ଗୁଲବୁଦିନ ନାଇବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ତରଫରୁ ଦିମୁଥ କରୁଣାରତ୍ନେ ଓ କୁଶଲ ପରେରା ଦଳର ଇନିଂସ ଓପନ କରିଛନ୍ତି । ଆଫଗାନିସ୍ତାନ ତରଫରୁ ଦୌଲତ ଜଦରାନ ବୋଲିଂ ଓପନ କରିଛନ୍ତି । ଉଭୟ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛନ୍ତି । ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଯାଇଥିବାବେଳେ ଆଫଗାନିସ୍ତାନ ଅଷ୍ଟ୍ରେଲିଆଠାରୁ ହାରିଯାଇଥିଲା । ଏହା ଫଳରେ ଏହି ମ୍ୟାଚରେ ଜିତିବା ଉଭୟଦଳ ପାଇଁ ଜରୁରୀ ହୋଇପଡିଛି ।

ଗତକାଲି ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲାରେ ଘରୋଇ ତଥା ଚମତ୍କାର ଫମରେ ଥିବା ଟିମ ଇଂଲାଣ୍ଡକୁ ୧୪ ରନରେ ହରାଇଦେଇଛି ପାକିସ୍ତାନ ।

ସମ୍ବନ୍ଧିତ ଖବର