ବିଶ୍ୱକପ୍ ୨୦୧୯: ଆଫଗାନିସ୍ତାନ ବିପକ୍ଷରେ ୩୪ ରନ୍ରେ ବିଜୟୀ ହେଲା ଶ୍ରୀଲଙ୍କା
କାର୍ଡିଫ: ବର୍ଷା ବାଧିତ ମ୍ୟାଚ୍ରେ ଆଫଗାନିସ୍ତାନକୁ ୩୪ ରନ୍ରେ ପରାସ୍ତ କଲା ଶ୍ରୀଲଙ୍କା । ଦ୍ୱିତୀୟ ପାଳିରେ ୧୮୭ ରନ୍ ଲକ୍ଷ୍ୟକୁ ପିଛା କରି ୩୨.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୨ ରନ୍ କରିଛି ଆଫଗାନିସ୍ତାନ। ଫଳରେ ଶ୍ରୀଲଙ୍କା ଏହି ମ୍ୟାଚକୁ ସହଜରେ ଜିତି ନେଇଛି । ଶ୍ରୀଲଙ୍କା ପକ୍ଷରୁ ନୁଓ୍ଵାନ ପ୍ରଦିପ ୪ ଟି ଓ୍ଵିକେଟ ଓ ଲସିଥ ମାଲିଙ୍ଗା ୩ଟି ଓ୍ଵିକେଟ ନେଇଛନ୍ତି । ଅନ୍ୟପଟେ ଇସୁର ଉଦାନ ଓ ତିସାରା ପେରେରା ୧-୧ ଓ୍ଵିକେଟ ନେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଫଗାନିସ୍ତାନ ୧୮୭ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍ର ସପ୍ତମ ମ୍ୟାଚ୍ରେ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ୩୬.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୧ ରନ୍ କରିଥିଲା।
ଶ୍ରୀଲଙ୍କା ପକ୍ଷରୁ କୁଶାଲ ପେରେରା ୭୮ ରନ୍ କରିଛନ୍ତି। ସେ ୮୧ଟି ବଲ ଖେଳି ୮ଟି ଚୌକା ବଳରେ ଟିମ୍ ପାଇଁ ଏହି ରନ୍ ଯୋଗାଇଛନ୍ତି। ଓପନର ଦିମୁଠ କରୁଣାରତ୍ନେ ୪୫ଟି ବଲ ଖେଳି ୩୦ ରନ୍ କରିଛନ୍ତି। ଲାହିରୁ ଥିରୁମାନେ ୨୫ ରନ୍, ଇସୁରୁ ଉଡାନ ୧୦ ରନ୍ କରିଛନ୍ତି। ଅନ୍ୟ ବ୍ୟାଟସ୍ମ୍ୟାନ ମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଆଫଗାନିସ୍ତାନ ତରଫରୁ ମହମ୍ମଦ ନବୀ ୪ଟି ଓ୍ଵିକେଟ, ଦୌଲତ ଜରଦାନ ଓ ରସିଦ ଖାନ ୨-୨ ଓ୍ଵିକେଟ ଏବଂ ମୁଜୀବ ଉର ରହମାନ ଗୋଟିଏ ଓ୍ଵିକେଟ ନେଇଥିଲେ।
ଆରମ୍ଭରୁ ଶ୍ରୀଲଙ୍କା ଭଲ ବ୍ୟାଟିଂ କରିଥିଲା। ସ୍କୋର ୯୨ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଦିମୁଠ କରୁଣାରତ୍ନେ ଆଫଗାନିସ୍ତାନର ପ୍ରଥମ ଶିକାର ହୋଇଥିଲେ। ସେହିଭଳି ସ୍କୋର ୧୪୪ ରନ୍ରେ ଲାହିରୁ ଥିରିମାନେ, ୧୪୬ ରନ୍ରେ କୁଶାଳ ମେଣ୍ଡିସ ଓ ଆଞ୍ଜେଲୋ ମ୍ୟାଥୁସ୍, ୧୪୯ ରନ୍ରେ ଧନଂଜୟ ଡିସିଲଭା, ୧୫୯ ରନ୍ରେ ଥିରସା ପେରେରା, ୧୭୮ ରନ୍ରେ ଇସୁରୁ ଉଡାନ, ୧୮୦ ରନ୍ରେ ପେରେରା ଓ ୧୯୯ ରନ୍ରେ ଲାସିଥ ମାଲିଙ୍ଗା ଆଉଟ୍ ହୋଇଥିଲେ। ଆଫଗାନିସ୍ତାର ଶେଷ ଶିକାର ଥିଲେ ନୂଆନ ପ୍ରଦୀପ।
—–