ଟି୨୦ ବିଶ୍ବକପ୍ : ଶ୍ରୀଲଙ୍କା ୭ ଓ୍ବିକେଟରେ ବିଜୟୀ

ଆବୁଧାବି : ଆବୁଧାବିର ଶେଖ ଜାୟେଜ୍ ଷ୍ଟାଡିୟମଠାରେ ଖେଳାଇଥିବା ଟି-୨୦ ବିଶ୍ବକପର ଏକ କ୍ବାଲିଫାୟର ମ୍ୟାଚରେ ଶ୍ରୀଲଙ୍କା ନାମିବିଆକୁ ୭ ଓ୍ବିକେଟରେ ପରାସ୍ତ କରିଛି ।

ଆଜି ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ୧୯.୩ ଓଭରରେ ୯୬ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କ୍ରେଗ୍ ଓ୍ବିଲିୟମ୍ସ ୨୯ ଓ ଇରାସମସ୍ ୨୦ରନ କରିଥିଲେ ।

୯୭ରନର ଏକ ଛୋଟିଆ ଲକ୍ଷ୍ୟର ପିଛା କରୁଥିଲେ ବି ଶ୍ରୀଲଙ୍କା ଦଳ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ଦଳ ଲଢୁଆ ବ୍ୟାଟିଂ କରି ୧୩ ତମ ଓଭରରେ ହିଁ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ଭାନୁକା ରାଜପକ୍ଷ ୪୨ ଓ ଅଭିସ୍କା ଫର୍ଣ୍ଣାଣ୍ଡୋ ୩୦ ରନ କରିଥିଲେ ।

ସମ୍ବନ୍ଧିତ ଖବର