ଟି୨୦ ବିଶ୍ବକପ : ୮ ଓ୍ବିକେଟରେ ଜିତିଲା ଶ୍ରୀଲଙ୍କା

ସାରଜା  : ସାରଜାଠାରେ ଖେଳାଯାଉଥିବା ଗ୍ରୁପ-ବିର ଏକ ମ୍ୟାଚରେ ଶ୍ରୀଲଙ୍କା ନେଦରଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଶ୍ରୀଲଙ୍କା ଗ୍ରୁପ-ଏର ପ୍ରଥମ ସ୍ଥାନରେ ରହି ସୁପର-୧୨ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ଏହି ପରାଜୟ ସହ ନେଦରଲାଣ୍ଡ ବିଦାୟ ନେଇଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅନଭିଜ୍ଞ ନେଦରଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କା ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଫଳରେ ଦଳ ମାତ୍ର ୪୪ରନରେ ଅଲଆଉଟ ହୋଇଯାଇଥିଲା ।

୪୫ରନର ସହୟ ବିଜୟ ଲକ୍ଷ୍ୟକୁ ଅଭିଜ୍ଞ ଶ୍ରୀଲଙ୍କା ଦଳ ୭.୧ ତମ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । କୁସଲ ପରେରା ସର୍ବାଧିକ ୩୩ ରନ କରିଥିଲେ ।

ଗ୍ରୁପ-ଏରେ ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଓ ନାମ୍ବିଆ ୨ୟ ସ୍ଥାନରେ ରହି ସୁପର-୧୨ରେ ପ୍ରବେଶ କରିଛନ୍ତି । ସେହିପରି ଗ୍ରୁପ-ବିରୁ ସ୍କଟଲାଣ୍ଡ ଓ ବାଂଲାଦେଶ ସୁପର-୧୨ର ପ୍ରବେଶ କରିଛନ୍ତି ।

 

 

ସମ୍ବନ୍ଧିତ ଖବର