ଏସିଆ କପ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା, ଭାରତ ପାଇଁ ‘କର ବା ମର’ ସ୍ଥିତି

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ଏସିଆ କପର ସୁପର-୪ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ନିଜର ପ୍ରଥମ ସୁପର-୪ ମ୍ୟାଚରେ ପାକିସ୍ତାନଠାରୁ ହାରିଯାଇଥିବା ଭାରତ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ଏସିଆ କପରେ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେବ । ଅନ୍ୟପକ୍ଷରେ ଏହି ମ୍ୟାଚରେ ହାରିଲେ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାର ଆଶଙ୍କା କରାଯାଉଛି ।

ଆଜିର ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ରବି ବିଷ୍ଣୋଇଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ବୀନଙ୍କୁ ସାମିଲ କରାଯାଇଛି ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ନିଜର ଗତ ୨ଟି ମ୍ୟାଚରେ ୨ୟରେ ବ୍ୟାଟିଂ କରି ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ବି ୨ୟରେ ବ୍ୟାଟିଂ କରି ଦଳ ଭାରତୀୟ ଲକ୍ଷ୍ୟକୁ ପିଛା କରିବାକୁ ଉଦ୍ୟମ କରିବ । ଆଜି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

 

ସମ୍ବନ୍ଧିତ ଖବର