ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

Advertisment

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ଦଳରେ ଇଶାନ କିଷନ, ସଂଜୁ ସାମସନ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା ବ୍ୟାଟିଂ ଦାୟିତ୍ବ ନିର୍ବାହ କରିବେ । ସେହିପରି ହର୍ଷଲ ପଟେଲ, ଅକ୍ଷର ପଟେଲ, ଶିବମ ମାବି, ଉମ୍ରାନ ମଲ୍ଲିକ ଓ ଯୁଜବେନ୍ଦ୍ର ଚହଲ ବୋଲିଂ ବିଭାଗ ସମ୍ଭାଳିବେ । ଏହି ମ୍ୟାଚ ସହ ଶୁଭମନ ଗିଲ୍ ଓ ଶିବମ ମାଭି  ନିଜର ଟି-୨୦ କ୍ୟାରିୟର ଆରମ୍ଭ କରିଛନ୍ତି ।

ଶ୍ରୀଲଙ୍କା ଦଳ ନିଜର ଏହି ଭାରତୀୟ ଗସ୍ତରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ୨ୟ ଟି-୨୦ ଆସନ୍ତା ୫ ତାରିଖରେ ପୁନେଠାରେ ଓ ୩ୟ ଟି-୨୦  ୭ ତାରିଖରେ ରାଜକୋଟରେ ଖେଳାଯିବ । ସେହିପରି ୧୦ ତାରିଖରେ ପ୍ରଥମ ଦିନିକିଆ ଗୁଆହାଟୀଠାରେ, ୧୨ ତାରିଖରେ ୨ୟ ଦିନିକିଆ କୋଲକାତାରେ ଓ ୧୫ ତାରିଖରେ ୩ୟ ଦିନିକିଆ ତିରୁଅନନ୍ତପୁରମଠାରେ ଖେଳାଯିବ ।