୨ୟ ଦିନିକିଆ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨ୟ ଦିନିକିଆ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ସନକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଉଦନାଙ୍କ ସ୍ଥାନରେ କସୁନ ରଂଜିତା ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ତେବେ ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି ।

ଗତ ୧୮ ତାରିଖରେ ଖେଳାଯାଇଥିବା ଭାରତ -ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ଭାରତ ୭ ଓ୍ବିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ଭାରତ ଆଗରେ ୨୬୩ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ୩୭ ତମ ଓଭରରେ ମାତ୍ର ୩ଟି ଓ୍ବିକେଟ ହରାଇ ବିଜୟୀ ହୋଇଥିଲା । ଅଧିନାୟକ ଶିଖର ଧଓ୍ବନ ୮୬, ଇଶାନ କିଷନ ୫୯ ଓ ପୃଥ୍ବୀ ଶ’ ୪୩ରନ କରିଥିଲେ ।

ସମ୍ବନ୍ଧିତ ଖବର