ମୋହାଲି ଦିନିକିିଆ: ଟସ୍‌ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

ମୋହାଲି, : ଧର୍ମଶାଳା ପରାଜୟ ପରେ ଭାରତୀୟ କ୍ରିକେଟ୍‌ ଦଳ ଆଜି ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳୁଛି। ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଥମ ମ୍ୟାଚ୍‌ର ପରାଜୟ ପରେ ମୋହାଲିରେ ଭାରତକୁ ଜିତିବା ଜରୁରୀ ହୋଇପଡ଼ିଛି। ଭାରତ ଆଜି ଦଳରେ ପରିବର୍ତ୍ତନ କରିଛି। ପ୍ରଥମ ଥର ପାଇଁ ଓ୍ଵାସିଙ୍ଗଟନ୍‌ ସୁନ୍ଦର ଦିନିକିଆ ସ୍କ୍ଵାଡ୍‌ରେ ସ୍ଥାନ ପାଇ ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ ୧୨ ମ୍ୟାଚ୍‌ ପରାଜୟ ଧାରାକୁ ରୋକିବା ପରେ ଶ୍ରୀଲଙ୍କାର ମନୋବଳ ବୃଦ୍‌ଧି ପାଇଛିି। ବିଶେଷ କରି ସୁରଙ୍ଗା ଲକମଲ୍‌ ଓ ଆଞ୍ଜେଲୋ ମାଥ୍ୟୁସ ଯେଭଳି ବୋଲିଂ କଲେ ତାହା ଅତିଥି ଦଳର ଆତ୍ମବିଶ୍ୱାସ ବଢ଼ାଇଛି। ମୋହାଲି ପିଚ୍‌ ପାରମ୍ପାରିକ ଭାବେ ଦ୍ରୁତ ବୋଲରଙ୍କୁ ସହାୟତା ଦେଉଥିବାବେଳେ ଏଥର ମଧ୍ୟ ସେଭଳି ଆକଳନ କରାଯାଇଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟର୍‌, ଦୀନେଶ କାର୍ତିକ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଓ୍ଵାସଙ୍ଗଟନ ସୁନ୍ଦର,ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍‌।
ଶ୍ରୀଲଙ୍କା (ସମ୍ଭାବ୍ୟ ୧୧): ଉପୁଲ ଥରଙ୍ଗା, ଦାନୁଷ୍କ ଗୁଣତିଳକ, ଲାହିରୁ ଥିରିମାନେ, ନିରୋଶନ ଡିକେଓ୍ଵଲା (ଓ୍ଵିକେଟରକ୍ଷକ), ଆଞ୍ଜେଲୋ ମାଥ୍ୟୁସ, ତିସରା ପେରେରା (ଅଧିନାୟକ), ଆସେଲା ଗୁଣରତ୍ନେ, ସଚିତ ପଥିରଣା, ସୁରଙ୍ଗା ଲାକମଲ, ନୁଓ୍ଵାନ ପ୍ରଦୀପ, ଅଖିଳ ଧନଞ୍ଜୟ।

ସମ୍ବନ୍ଧିତ ଖବର