୨ୟ ଟି-୨୦ : ପ୍ରଥମେ ବୋଲିଂ କରୁଛି ଶ୍ରୀଲଙ୍କା, ଭାରତ ୪ ଓଭରରେ ୩୧/୦

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ୨ୟ ଟି-୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ କରୋନା ଆକ୍ରାନ୍ତ ହୋଇଥିବା କ୍ରୁନାଲ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇନାହିଁ । ସେହିପରି ଓପନର ପୃଥ୍ବୀ ଶ’ମଧ୍ୟ ଏହି ମ୍ୟାଚରେ ଖେଳୁନାହାନ୍ତି ।

ଭାରତୀୟ ଦଳ ପକ୍ଷରୁ ଶିଖର ଧଓ୍ବନ ଓ ଋତୁରାଜ ଗାଇକ୍ବାଡ୍ ବ୍ୟାଟିଂ ଓପନ କରିଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୪ ଓଭରରେ କୌଣସି ଓ୍ବିକେଟ ନ ହରାଇ ୩୧ ରନ କରିଛି ।

ଏହି ମ୍ୟାଚ ମଙ୍ଗଳବାର ହେବାକୁ ଥିଲେ ବି କ୍ରୁନାଲ ସଂକ୍ରମିତ ଜଣାପଡ଼ିବା ପରେ ତାହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା । ପ୍ରଥମ ଟି୨୦ରେ ଭାରତ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ ।  ତେବେ ଆଜି ଶ୍ରୀଲଙ୍କା ଜିତିଲେ  ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟି୨୦ ମ୍ୟାଚର ଗୁରୁତ୍ବ ବଢିଯିବ ।

ସମ୍ବନ୍ଧିତ ଖବର