କାର୍ଡିଫ: କାର୍ଡିଫର ସୋଫିଆ ଗାଡେନ୍ସଠାରେ ଚାଲିଥିବା ବିଶ୍ୱକପ ୨୦୧୯ର ୩ୟ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଶ୍ରୀଲଙ୍କା ଦଳ ୧୪.୪ ଓଭରରେ ମାତ୍ର ୫୯ ରନରେ ୫ଟି ଓ୍ଵିକେଟ ହରାଇ ସଂଘର୍ଷ କରୁଛି । ଦଳ ଅଳ୍ପ ବ୍ୟବଧାନରେ ଓପନର ଲାହିରୁ ଥିରିମାନେ, କୁଶଲ ମେଣ୍ଡିସ ଓ ଧନଞ୍ଜୟ ଡିସିଲଭାଙ୍କ ଓ୍ଵିକେଟ ହରାଇଛି । ନ୍ୟୁଜିଲାଣ୍ଡ ତରଫରୁ ମାଟ ହେନରୀ ଘାତକ ବୋଲିଂ କରି ୨୯ ରନ ଦେଇ ୩ ଓ୍ଵିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମ୍ସ ଟସ ଜିଣି ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ ।
ଆଜିର ୨ୟ ମ୍ୟାଚ ଆଫଗାନିସ୍ତାନ ଦଳ ଅଷ୍ଟ୍ରେଲିଆକୁ ଭେଟିବ । ଏହି ମ୍ୟାଚ ଭାରତୀୟ ସମୟ ସଂଧ୍ୟା ୬ଟା ସମୟରେ ବ୍ରିଷ୍ଟଲଠାରେ ଖେଳାଯିବ । ଗତ କାଲି େଓ୍ଵଷ୍ଟଇଣ୍ଡିଜ ଦଳ ପାକିସ୍ତାନକୁ ଶୋଚନୀୟ ଭାବେ ୭ ଓ୍ଵିକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଦଳ ମାତ୍ର ୧୦୪ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଣ୍ଡିଜ ଦଳ ତାହାକୁ ୧୪ ତମ ଓଭରରେ ୩ ଓ୍ଵିକେଟ ହରାଇ ହାସଲ କରିନେଇଥିଲା ।