ସ୍ବର୍ଣ୍ଣ ଜିତିଲେ ଶ୍ରୀୟଙ୍କା-ନାରଙ୍ଗ

ଭୁବନେଶ୍ବର: ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଥରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଜର୍ମାନିର ହା‌ନୋଭରଠାରେ ବୁଧବାର ଅନୁଷ୍ଠିତ ଅନ୍ତର୍ଜାତୀୟ ବଂଧୁକଚାଳନା ପ୍ରତିଯୋଗିତାରେ ୧୦ ମିଟର୍‌ ଏୟାର୍ ରାଇଫଲ୍‌ ମିଶ୍ରିତ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ ପଦକ ବିଜେତା ଗଗନ ନାରଙ୍ଗଙ୍କୁ ସାଥୀ କରି ଖେଳିଥିବା ଶ୍ରୀୟଙ୍କା ୪୯୯.୩ ପଏଣ୍ଟ୍‌ ସ୍କୋର୍ କରି ଶୀର୍ଷରେ ରହିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀୟଙ୍କା ଏଚ୍‌ ଆଣ୍ଡ୍ ଏନ୍‌ କପ୍‌ରେ ସ୍ବର୍ଣ୍ଣ ଏବଂ ଚେକ୍ ରିପ୍ଲବିକ୍‌ର ପଲଜନ୍‌ରେ ୫୦ତମ ଗ୍ରାଁ ପ୍ରି ଲିବରେସନ୍‌ ଅନ୍ତର୍ଜାତୀୟ ପ୍ରତିଯୋଗ‌ିତାରେ ରୌପ୍ୟ ପଦକ ଜିତିଥିଲେ। ଜାତୀୟ, ଏସୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପଦକ ଜିତିଥିବା ଶ୍ରୀୟଙ୍କା ୨୦୧୪ ମସିହାରେ ଏକଲବ୍ୟ ପୁରସ୍କାର ଜିତିଥିଲେ। ଶ୍ରୀୟଙ୍କାଙ୍କ ସଦ୍ୟତମ ସଫଳତା ପାଇଁ ତାଙ୍କୁ କିଟ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର