ଜର୍ମାନିରେ ସ୍ବର୍ଣ୍ଣ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ବର: ରାଜ୍ୟର ଉଦୀୟମାନ ବଂଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଏକ ଅନ୍ତର୍ଜାତୀୟ ପଦକ ଜିତି ନେଇଛନ୍ତି। ଜର୍ମାନିର ମ୍ୟୁନିକ୍‌ରେ ରବିବାର ଶେଷ ହୋଇଥିବା ଏଚ୍‌ଏନ୍ କପ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କିଟ୍ ଛାତ୍ରୀ ଶ୍ରୀୟଙ୍କା ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଦଳଗତ ମିଶ୍ରିତ ବର୍ଗରେ ହିଁ ସେ ଏହି ସଫଳତା ଲାଭ କରିଛନ୍ତି। ଶ୍ରୀୟଙ୍କା ଓ ଲକ୍ଷ୍ୟ ‌ସେରନଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲରେ ରୁଷିଆ ଦଳକୁ ୨ (୫୦୨.୯-୫୦୦.୯) ପଏଣ୍ଟ୍‌ ବ୍ୟବଧାନରେ ହରାଇ ସ୍ବର୍ଣ୍ଣ ପଦକ କବ୍‌ଜା କରି ନେଇଥିଲେ। ୨୦୦୯ ମସିହାରୁ ଭାରତୀୟ ଦଳର ପ୍ରତିନିଧିତ୍ବ କରି ଆସୁଥିବା ଶ୍ରୀୟଙ୍କା କନିଷ୍ଠ ଓ ବରିଷ୍ଠ ବର୍ଗରେ ଏକାଧିକ ସଫଳତା ପାଇ ସାରିଛନ୍ତି। ଅଦ୍ୟାବଧି ୪ ସ୍ବର୍ଣ୍ଣ ସହିତ ଡଜନେ ପଦକ ସେ ଜିତି ସାରିଛନ୍ତି। ଅନ୍ତର୍ଜାତୀୟ ବଂଧୁକଚାଳନାରେ ଦେଶର ପ୍ରତିନିଧିତ୍ବ କରିବାରେ ସେ ଏକମାତ୍ର ଓଡ଼ିଆ। ଶ୍ରୀୟଙ୍କାଙ୍କୁ ଅଭିନନ୍ଦନ ଜଣାଇବା ସହିତ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ସମ୍ବନ୍ଧିତ ଖବର