ମୁମ୍ବାଇ: ସୁପର୍ଷ୍ଟାର୍ ଶାହରୁଖଙ୍କ ପ୍ରଶଂସକଙ୍କ ଉପରେ ପଡ଼ିଛି ପୁଲିସ୍ର ମାଡ଼। ଘଟଣାଟି ହେଉଛି ଗତ ଶନିବାରର। ସୁରକ୍ଷା ଭାଙ୍ଗି ସୁପରଷ୍ଟାରଙ୍କୁ ଭେଟିବାକୁ ଚେଷ୍ଟା କରିଥିବା ଜଣେ ଶାହରୁଖ ଖାନଙ୍କ ପ୍ରଶଂସକଙ୍କୁ ଧରି ପୁଲିସ୍ ବାଡ଼େଇଥିବା ଜାଣିବାକୁ ମିଳିଛି।
ମାର୍ଚ ୨୨ ତାରିଖ (ଶନିବାର) କୋଲକାତାର ଇଡେନ୍ ଗାଡେର୍ଣ୍ଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ମଧ୍ୟରେ ଆଇପିଏଲ୍ ୨୦୨୫ର ଉଦଘାଟନୀ ମ୍ୟାଚ୍ ସମୟରେ ଏହି ଘଟଣା ଘଟିଥିଲା।
ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ଏବେ ଭାଇରାଲ ହୋଇଛି। କ୍ଲିପରେ ଦେଖାଯାଇଛି ଯେ ଜଣେ ପ୍ରଶଂସକ ଷ୍ଟାଣ୍ଡରେ ଥିବା ବଲିଉଡ୍ ଆଇକନଙ୍କୁ ଭେଟିବା ପାଇଁ ଉଚ୍ଚ ବାଡ଼ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ପୁଲିସ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଟାଣି ଆଣିଥିଲେ। ଯେଉଁମାନେ ତାଙ୍କୁ ମାଡ଼ ମାରିବା ପୂର୍ବରୁ ତାଙ୍କର କଲର ଧରିଥିଲେ।
ଦେଢ଼ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍ର ଅନ୍ୟତମ ପରିଚୟ ପାଲଟିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଆଉ ଏକ ସଂସ୍କରଣ ଶନିବାରଠାରୁ ଆରମ୍ଭ ହୋଇଥିଲା। ଦୁଇ ମାସରୁ ଊର୍ଧ୍ବ ସମୟ ଚାଲିବାକୁ ଥିବା ଏହି ଲୋଭନୀୟ ଲିଗ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରୁ ଆରମ୍ଭ ହୋଇ ସେହିଠାରେ ମେ’ ୨୫ ତାରିଖରେ ଶେଷ ହେବ। ୨୦୦୮ ମସିହାର ପ୍ରଥମ ସଂସ୍କରଣ ପରଠାରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପ୍ରଥମ ଥର ଏକ ଉଦ୍ଘାଟନୀ ମ୍ୟାଚ୍ରେ ମୁକାବିଲା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/27/kkeSHNY6toNQlf2wr14w.jpg)