ୱାରସ: ପୋଲାଣ୍ଡର ମହିଳା ତାରକା ଅଗ୍ନିସ୍କା ରାଦ୍ୱନ୍ସ୍କା ଟେନିସ୍ କୋର୍ଟକୁ ପ୍ରତ୍ୟାବର୍ତନ କରିଛନ୍ତି। ପ୍ରତ୍ୟାବର୍ତନ ପଥରେ ସେ ଏକ ମ୍ୟାଚ୍ ବିଶ୍ବର ବୟୋଜ୍ୟେଷ୍ଠା ସକ୍ରିୟ ଟେନିସ୍ ଖେଳାଳି ଲିଓନିଦ୍ ଷ୍ଟାନିସ୍ଲାଭ୍ସ୍କିଙ୍କ ସହ ଖେଳିଛନ୍ତି। ଏହି ମ୍ୟାଚ୍କୁ ୩୩ ବର୍ଷ (ରାଦ୍ୱନ୍ସ୍କା) ବନାମ ୯୮ ବର୍ଷ (ଷ୍ଟାନିସ୍ଲାଭ୍ସ୍କି)ର ଆଖ୍ୟା ଦିଆଯାଇଛି। ଫଳରେ ଖେଳରେ ବୟସ ଯେ ପ୍ରତିବନ୍ଧକ ସାଜେନି ତାହାର ଉଦାହରଣ ମିଳିଯାଇଛି। ୯୮ ବର୍ଷ ବୟସ୍କା ଷ୍ଟାନିସ୍ଲାଭ୍ସ୍କି ସଂପ୍ରତି ରୁଷିଆ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ୍ର ଖାରକିଭ୍ ବାସିନ୍ଦା। ସେ ଯୁଦ୍ଧ ସମୟରେ ସେଠାରୁ ଜୀବନ ବଞ୍ଚାଇ କନ୍ୟା ତାତିଆନା ସହ ପୋଲାଣ୍ଡ ପଳାଇ ଆସିଛନ୍ତି। ନିକଟରେ ସେ ୯୮ ବର୍ଷ ପୂରଣ କରିଥିଲା ବେଳେ ବିଶ୍ବ ମାନ୍ୟତାର ପୂର୍ବତନ ଦୁଇ ନମ୍ବର ରାଦ୍ୱନ୍ସ୍କାଙ୍କ ସହ ଟେନିସ୍ ଖେଳିବାକୁ ଚାତକ ଭଳି ଚାହିଁ ରହିଥିଲେ ବୋଲି କହିଥିଲେ। ଆଉ ଏବେ ତାଙ୍କ ସ୍ବପ୍ନ ପୂରଣ ହେଲା ବୋଲି ମଧ୍ୟ କହିଛନ୍ତି। ପୋଲାଣ୍ଡ ରାଜଧାନୀ ୱାରସଠାରୁ ପ୍ରାୟ ୧୭୦ କିଲୋମେିଟର ଦୂର ଲୁବ୍ଲିନ୍ସ୍ଥିତ ଲୁବେଲସ୍କି ଟେନିସ୍ କ୍ଲବ୍ରେ ଦୁଇ ତାରକାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଦୁଇ ଖେଳାଳିଙ୍କ ମଧ୍ୟରେ ଥିବା ୬୫ ବର୍ଷର ବୟସ ବ୍ୟବଧାନ ମଧ୍ୟ କୌଣସି ଫରକ ଆଣିନଥିଲା। କାରଣ କ୍ୟାରିୟରରେ ୨୦ ଏକକ ଟ୍ରଫି ବିଜୟିନୀ ରାଦ୍ୱନ୍ସ୍କାଙ୍କ ବିପକ୍ଷରେ ଷ୍ଟାନିସ୍ଲାଭ୍ସ୍କି ଚମତ୍କାର ରିଟର୍ନ ସଟ୍ ମାରିପାରୁଥିଲେ। ଏହି ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଏହାକୁ ବିଶେଷକରି ଷ୍ଟାନିସ୍ଲାଭ୍ସ୍କି ଭରପୁର ଉପଭୋଗ କରିଥିଲେ।
ରାଦ୍ୱନ୍ସ୍କାଙ୍କ ସହ ମ୍ୟାଚ୍ ଖେଳିଲେ ଷ୍ଟାନିସ୍ଲାଭ୍ସ୍କି: ୩୩ ବନାମ ୯୮
/sambad/media/post_attachments/wp-content/uploads/2022/04/d4ag64gd65dggdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)