ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ରିଷଭ ପନ୍ଥଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ତାଙ୍କ ଦଳ ମଧ୍ୟ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ରିଷଭ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୩ଟି ମ୍ୟାଚ୍ରେ ମୋଟ ୧୫୧ ରନ୍ କରିଥିବା ବେଳେ ତାଙ୍କ ଦଳ ମଧ୍ୟ ଲିଗ୍ ପର୍ଯ୍ୟାୟରୁ ବାଦ ପଡ଼ି ଯାଇଛି।।
ଏଭଳି ସମୟରେ ଜଣେ ସାମ୍ବାଦିକ ଟ୍ୱିଟ୍ କରି ଲେଖିଛନ୍ତି, "ବ୍ରେକିଙ୍ଗ ନ୍ୟୁଜ୍, ଏଲଏସଜି ଆଇପିଏଲ ୨୦୨୬ ପୂର୍ବରୁ ରିଷଭ ପନ୍ତଙ୍କୁ ମୁକ୍ତ କରିପାରେ। ଏଲଏସଜି ପରିଚାଳନାକୁ ଲାଗୁଛି ୨୭ କୋଟି ଟଙ୍କା ରିଷଭଙ୍କ ପାଇଁ ବହୁତ ଅଧିକ।"
I understand fake News gives more traction To content but let’s not built everything around it . Little sense and credible news will help more rather making fake news with agenda . Thanks have a good day . Let’s be responsible and sensible what we put out on social media 🇮🇳🙏🏻
— Rishabh Pant (@RishabhPant17) May 22, 2025