ଡିସେମ୍ବରରେ ବିବାହ କରିବେ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲ, ଏହି ଷ୍ଟାର ଖେଳାଳିଙ୍କ ହାତ ଧରିବେ

ନୂଆଦିଲ୍ଲୀ : ଏବେ ବିବାହର ଋତୁ ଚାଲିଥିବା ବେଳେ ଭାରତର ମହିଳା ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହଓ୍ଵାଲ ଏହି ସୂଚୀରେ ସାମିଲ ହୋଇଥିବା ଜଣା ପଡ଼ିଛି । ପୂର୍ବରୁ ଡ଼ିସେମ୍ବରରେ ବଲିଉଡ୍‌ କଳାକାର ଦୀପ୍‌-ବୀର, ପ୍ରିୟଙ୍କା-ନିକ୍‌ ଏବଂ ସେଲିବ୍ରିଟି ବ୍ୟବସାୟୀ ଇଶା ଅମ୍ବାନି-ଆନନ୍ଦଙ୍କ ବିବାହ ହେବ ବୋଲି ଜଣା ପଡ଼ିଥିବା ବେଳେ ଏବେ ଏହି ତାଲିକାରେ ନିଜ ନାମ ଯୋଡ଼ିଛନ୍ତି ସାଇନା ନେହଓ୍ଵାଲ। ସେ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି । ଦୁହେଁ ହାଇଦ୍ରାବାଦ୍‌ରେ ରହୁଥିବା ବେଳେ ୧୦ବର୍ଷ ହେଲାଣି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଏବେ ଦୁହେଁ ନିଜ ସଂପର୍କକୁ ଆଉ ଗୋଟେ ପାଦ ଆଗକୁ ନେବା ସହ ବିବାହ କରିବାକୁ ନିଷ୍ପତ୍ତିି ନେଇଛନ୍ତି । ବିବାହ ଡ଼ିସେମ୍ବରରେ ହେବାକୁ ଥିବା ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

bhaskar.com

ସୂଚନା ମୁତାବକ, ଡ଼ିସେମ୍ବର ୧୬ରେ ହାଇଦ୍ରାବାଦ୍‌ରେ ଦୁହେଁ ବିବାହ କରିବେ । ଦୁହଁଙ୍କୁ ଆଶୀର୍ବାଦ ଦେବା ପାଇଁ ୧୦୦ଜଣ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ଏହା ପରେ ଡ଼ିସେମ୍ବର ୨୧ରେ ବିବାହ ଭୋଜି ଆୟୋଜିତ ହେବ । ଯେଉଁଥିରେ ଦୁଇ ଜଣଙ୍କ ପରିବାରର ସଦସ୍ୟଙ୍କ ସମେତ ସାରା ଦେଶର ଜଣାଶୁଣା ଲୋକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି । କିନ୍ତୁ ଏ ନେଇ ସାଇନା ଏବଂ କଶ୍ୟପ କୌଣସି ଆଧିକାରିକ ଘୋଷଣା କରି ନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର