ଆଇପିଏଲ୍‌ରୁ ଓହରିଲେ ଷ୍ଟାର୍କ

ସିଡ୍‌ନି: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ବେଳେ ବଲ୍‌ ବିକୃତ କରିବାର କଳଙ୍କ ବୋଝ ମୁଣ୍ଡାଇ ବାସନ୍ଦ ହେବା ପରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଉପଅଧିନାୟକ ଡେଭିଡ୍‌ ଓ୍ଵର୍ନର ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରୁ ବାଦ୍‌ ପଡ଼ିବା ପରେ ଆଉ ଜଣେ ଅଷ୍ଟ୍ରେଲୀୟ ଶୁକ୍ରବାର ଏହି ଲିଗ୍‌ରୁ ଓହରିଯାଇଛନ୍ତି। ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଡାହାଣ ଗୋଡ଼ରେ ଆଘାତ ପାଇଥିବାରୁ ଆଇପିଏଲ୍‌ରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି। ଏନେଇ ଶୁକ୍ରବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ଟ୍ଵିଟ୍‌ କରିଛି। ବାମହାତୀ ଦ୍ରୁତ ବୋଲର ଷ୍ଟାର୍କଙ୍କୁ ଏଥର କୋଲ୍‌କାତା ନାଇଟ୍‌ ରାଇଡର୍ସ ୯.୪ କୋଟି ଟଙ୍କାରେ କିଣିଥିଲା।

ସମ୍ବନ୍ଧିତ ଖବର