ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍ରେ ଖେଳୁଥିବା ତଥା ୟୁପି ୱାରିଅର୍ସର ଅଧିନାୟିକା ପତ୍ନୀ ଆଲିସା ହିଲିଙ୍କୁ ଏଲିମିନେଟର ମ୍ୟାଚ୍ ବେଳେ ସମର୍ଥନ କରିବାକୁ ଡିୱାଇ ପାଟିଲ ଷ୍ଟାଡିୟମ୍ରେ ପହଞ୍ଚିଥିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିବା ପରେ ଦଳର ଅନ୍ୟ ସଦସ୍ୟମାନେ ସ୍ବଦେଶ ଫେରିଯାଇଥିଲେ ବି ଷ୍ଟାର୍କ ତାଙ୍କ ପତ୍ନୀ ହିଲିଙ୍କ ଜନ୍ମଦିନ ପାଳିବାକୁ ମୁମ୍ବାଇ ଫେରିଆସିଥିଲେ।
ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏଲିମିଟେର ମ୍ୟାଚ୍ ପୂର୍ବରୁ ହୋଟେଲ୍ରେ ହିଲିଙ୍କ ଜନ୍ମଦିନ ପାଳନ ପାଇଁ ଷ୍ଟାର୍କ ସମସ୍ତ ଆୟୋଜନ କରିଥିଲେ। ସାଥି ଖେଳାଳିଙ୍କ ସହ ମିଶି କେକ୍ କାଟି ହିଲି ଜନ୍ମଦିନ ପାଳନ କରିଥିଲେ। ପରେ ସନ୍ଧ୍ୟାବେଳେ ମ୍ୟାଚ୍ ଅବସରରେ ଷ୍ଟାର୍କ ୟୁପି ୱାରିଅର୍ସର ଜର୍ସି ପିନ୍ଧି ଗ୍ୟାଲେରିରେ ବସିଥିବା ଦେଖାଯାଇଥିଲା। ପୂର୍ବରୁ ମଧ୍ୟ ୨୦୨୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ହିଲିଙ୍କୁ ସମର୍ଥନ କରିବାକୁ ଷ୍ଟାର୍କ ପହଞ୍ଚିଯାଇଥିଲେ।