ଫିଫା ମହିଳା ପାଠ୍ୟକ୍ରମ ଉଦ୍‌ଯାପିତ

କଟକ: ଫିଫା ପକ୍ଷରୁ ମହିଳା ଖେଳାଳି ଓ ପ୍ରଶିକ୍ଷକଙ୍କ ପାଇଁ ରିଫ୍ରେସର୍ସ ପାଠ୍ୟକ୍ରମ ଉଦ୍‌ଯାପିତ ହୋଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମ ରବିବାର ଶେଷ ହୋଇଛି। ଏହି ପାଠ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟରୁ ୩୫ ଖେଳାଳି ଓ ୨୫ ମହିଳା ପ୍ରଶିକ୍ଷକ ଯୋଗଦେଇଥିଲେ। ଅଲମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଉଦ୍‌ଯାପନୀ ସମାରୋହରେ ଯୋଗଦେଇଥିଲା ବେଳେ ଏଏଫ୍‌ସି ମହିଳା ଫୁଟବଲ୍‌ ବୈଷୟିକ ଅଧିକାରୀ ଅଞ୍ଜା ପଲ୍‌ସେଭିକ୍‌, ଏଆଇଏଫ୍‌ଏଫ୍‌ ମହିଳା ଫୁଟ୍‌ବଲ ପରିଚାଳକ ସପ୍ନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର