ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବୁଧବାର ପ୍ରଥମ ଖୋଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଏହି କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ ସ୍ତରରେ ଭାରତକୁ ପ୍ରମୁଖ ପଦକ ଦାବିଦାର ଭାବେ ଗଢ଼ି ତୋଳିବାର ପ୍ରଥମ ପଦକ୍ଷେପ ହେବ ବୋଲି ଶ୍ରୀ ମୋଦି ଏହି ଅବସରରେ କହିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବୟସର ପାଖା ପାଖି ୫,୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ସେଥିମଧ୍ୟରୁ ବାର୍ଷିକ ୫ ଲକ୍ଷ ଟଙ୍କାର ବୃତ୍ତି ପାଇଁ ୧,୦୦୦ ଖେଳାଳି ମନୋନୀତ ହେବେ। ପ୍ରତି ବର୍ଗରେ ୧୬ ଜଣ ଖେଳାଳିଙ୍କୁ ଚିହ୍ନଟ କରାଯିବ। ଏହା ଯୋଜନା ଦ୍ୱାରା ପାଣ୍ଠି ଅଭାବରୁ କୌଣସି ଗରିବ ପିଲା ଖେଳ ଛାଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ଆରମ୍ଭ
/sambad/media/post_attachments/wp-content/uploads/2018/02/PM-Modi-launches-Khelo-India-School-Games.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)