କଟକ: ବାରବାଟୀ ଷ୍ଟାଡିୟମରେ ଶନିବାରଠୁ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ପଞ୍ଚଦଶ ଜାତୀୟ କମ୍ପାଉଣ୍ତ, ୨୬ତମ ଜାତୀୟ ଇଣ୍ତିଆନ୍‌ ରାଉଣ୍ତ ଓ ୩୯ତମ ଜାତୀୟ ରିକର୍ଭ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ୩୨ ରାଜ୍ୟ ଓ ୬ ଅନୁବନ୍ଧିତ ସ˚ସ୍ଥାରୁ ପାଖାପାଖି ୧୧୦୦ ଖେଳାଳି ଅ˚ଶଗ୍ରହଣ କରିବାକୁ ଯାଉଛନ୍ତି। ଏମାନଙ୍କ ବ୍ୟତୀତ ୧୦୦ ଜଣ ମ୍ୟାଚ୍‌ ପରିଚାଳନା ଅଧିକାରୀ ଏଠାକୁ ଆସୁଥିବା ସୂଚନା ଦିଆଯାଇଛି। ମହିଳା ବିଭାଗରେ ଆନ୍ତର୍ଜାତିକ ଖେଳାଳି ଦୀପିକା କୁମାରୀ, ବୋମ୍ବାଲ୍ୟା ଦେବୀ, ଅମନ ସାଇନି, ମୁସ୍କାନ କିରର, ମଧୁମିତା କୁମାରୀ ଓ ପୁରୁଷ ବିଭାଗରେ ଜୟନ୍ତ ତାଲୁକଦାର, ରଜତ ଗେର୍ହାନ, ଅଭିଷେକ ବର୍ମା, ତରୁଣଦୀପ ରାଏ, ରାହୁଲ ବାନାର୍ଜୀ, ଅତନୁ ଦାସ ପ୍ରମୁଖ ଆକର୍ଷଣ ରହିବେ। ୯ ତାରିଖରେ ଖେଳାଳିମାନେ ଏଠାରେ ପହଞ୍ଚିବା ପରେ ୧୦ ଓ ୧୧ ତାରିଖ ଦୁଇ ଦିନଧରି ରିକର୍ଭ ରାଉଣ୍ତର ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ୧୦ ତାରିଖରେ ଦଳଗତ ଓ ୧୧ ତାରିଖରେ ବ୍ୟକ୍ତିଗତ ବିଭାଗରେ ମ୍ୟାଚ୍‌ ଖେଳାହେବ। ସେହିପରି ୧୩ ଓ ୧୪ ତାରିଖରେ କମ୍ପାଉଣ୍ତ ରାଉଣ୍ତର ଯଥାକ୍ରମେ ଦଳଗତ ଓ ବ୍ୟକ୍ତିଗତ ବିଭାଗ ମ୍ୟାଚ୍‌ ଖେଳାଯିବ। ଇଣ୍ତିଆନ୍‌ ରାଉଣ୍ତର ଦଳଗତ ମ୍ୟାଚ୍‌ ୧୬ ତାରିଖ ଓ ବ୍ୟକ୍ତିଗତ ପ୍ରତିଯୋଗିତା ୧୭ ତାରିଖରେ ଆୟୋଜିତ ହେବ ବୋଲି ରାଜ୍ୟ ସ˚ଘ ପକ୍ଷରୁ କୁହାଯାଇଛି। ପ୍ରତିଯୋଗିତା ପାଇଁ ପାଖାପାଖି ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା ବେଳେ ସେଥିମଧ୍ୟରେ ରାଜ୍ୟ ସରକାର ଓ ବିଭିନ୍ନ କର୍ପୋରେଟ୍‌ ସ˚ସ୍ଥା ସହଯୋଗର ହାତ ବଢାଇଛନ୍ତି। ପ୍ରତିଯୋଗିତା ପାଇଁ ଓଡ଼ିଶା ଖେଳାଳିମାନେ ଭଲ ଅଭ୍ୟାସ କରୁଛନ୍ତି। ଭୁବନେଶ୍ବରର କିସ୍‌ରେ ଓଡ଼ିଶା ଦଳର ଅଭ୍ୟାସ ଶିବିର ଚାଲିଛି। ପ୍ରଥମେ ହେବାକୁ ଥିବା ରିକର୍ଭ ରାଉଣ୍ତ ପାଇଁ ଓଡ଼ିଶାରୁ ପୁରୁଷ ଦଳରେ ସୂର୍ଯ୍ୟମଣି ମାଝୀ, ର˚ଜିତ ନାଏକ, ପ୍ରଭାତ କୁମାର ମିଞ୍ଜ, ସୀମାଞ୍ଚଳ କାଦ୍ରକା, ମହିଳା ଦଳରେ ଆଶାଲତା ଦାସ, ସୁମି ମୁଣ୍ତା, ଚନ୍ଦ୍ରମଣି ମୁଣ୍ତା ଓ ବାଳି ବନସି˚ହ ସ୍ଥାନ ପାଇଛନ୍ତି। ଯଦିଓ ପଦକ ମିଳିବା ଓଡ଼ିଶା ପାଇଁ ସହଜ ହେବନି, ତଥାପି ଜଣେ କିମ୍ବା ଦୁଇଜଣ ପଦକ ନିକଟତର ହେବାଭଳି ଦକ୍ଷତା ରଖିଛନ୍ତି। ତେବେ ବିଶ୍ବକପ୍‌ ପାଇଁ ଚୟନ ହେବାକୁଥିବା ରିକର୍ଭ ଓ କମ୍ପାଉଣ୍ତ ରାଉଣ୍ତ ସମ୍ଭାବ୍ୟ ଦଳରେ ଓଡ଼ିଶାର ଖେଳାଳି ସ୍ଥାନ ପାଇବେ ବୋଲି ରାଜ୍ୟ ସ˚ଘ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ଆଶାବ୍ୟକ୍ତ କରିଛନ୍ତି।