ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ୍‌ ଉଦ୍‌ଘାଟିତ

କଟକ: ବାରବାଟୀ ଷ୍ଟାଡିୟମ ହର୍ସ ଗେଟ୍‌ଠାରେ ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଓଡ଼ିଶା କ୍ୟାରମ ସଂଘ, ନିଖିଳ ଭାରତ କ୍ୟାରମ ଯୁବା ବ୍ରିଗେଡ୍‌, ବାରବାଟୀ କ୍ୟାରମ ଏକାଡେମି ଓ ଗଙ୍ଗାଯମୁନା ଉନ୍ନୟନ ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୩୦ ମହିଳାଙ୍କ ସହ ମୋଟ ୩୯୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପୁରୁଷ ଏକକ, ମହିଳା ଏକକ, କନିଷ୍ଠ ବାଳକ ଓ ବାଳିକାରେ ଏକକ ପ୍ରତିଯୋଗିତା ହେବ। ପ୍ରଥମ ଦିନରେ ସେକ୍‌ ସବିର ଅଲ୍ଲୀ, ମହମ୍ମଦ ଜମିଲ, ଅଞ୍ଜନ କୁମାର ବେହେରା, ଘନ ଘଡେଇ, ଅବଦୁଲ ହଲିମ, ଶମ୍ଭୁ କୁମାର, କପିଳେଶ କାନୁନ୍‌ଗୋ, ଅରୁଣ କୁମାର ରାୟ, ଦୀପକ ପ୍ରଧାନ, ବନମାଳି ରାଉତ, ସିଦ୍ଧାର୍ଥ ତରାଇ, ଶ୍ରୀକାନ୍ତ ମିଶ୍ର, କଟେଶ୍ୱର ରାଓ, ଶ୍ରୀକାନ୍ତ ପାଢୀ, ସୁରଜ ଦେହୁରୀ, ବିନିତ ରଂଜନ ଦାସ ପ୍ରମୁଖ ବିଜୟୀ ହୋଇଛନ୍ତି। ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଓ ସିଏମ୍‌ସି ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସଭାପତି ସତ୍ୟ ମହାନ୍ତି, ସଂପାଦକ ଡାକ୍ତର ଉଷାରଂଜନ ପରିଜା, ସଂଗଠନ ସମ୍ପାଦକ ମାୟାଧର ସାହୁ, ଉପ ସଭାପତି ଗଣେଶ ପ୍ରସାଦ ଭଗତ, ଯୁଗ୍ମ ସମ୍ପାଦକ ତାପସ ମହାନ୍ତି, କୋଷାଧ୍ୟକ୍ଷ ଭୋଳାନାଥ ବେହେରା, ଯୁବା ବ୍ରିଗେଡ୍‌ର ଉପ ସଭାପତି ଅମର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ରେଫରି ଆର୍‌ ଶ୍ରୀନିବାସନ୍‌ ଓ ଭି କୁଦୁସ୍ୱାମୀ ମ୍ୟାଚ୍‌ ପରିଚାଳନା କରୁଥିବା ବେଳେ ଜୟକୃଷ୍ଣ ମହାପାତ୍ର ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର