କଟକ: କଟକ କ୍ଲବ୍ ପକ୍ଷରୁ ପ୍ରଥମ ଥର ଆୟୋଜିତ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍ ଶୁକ୍ରବାର ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନ ଫାଲ୍କନ୍ ଫାଇଟର୍ସ ୩-୨ରେ ଢେଙ୍କାନାଳ ଡିଫେଣ୍ଡର୍ସକୁ ଓ ବଡ଼ବିଲ୍ ଟାଇଗର୍ସ ୪-୧ରେ ବାରବାଟୀ ଷ୍ଟାର୍ସକୁ ହରାଇଛି। ଅନ୍ୟପକ୍ଷରେ ଫ୍ରାଞ୍ଚାଇଜି ମାଲିକଙ୍କ ମଧ୍ୟରେ ହୋଇଥିବା ମ୍ୟାଚ୍ ଗୁଡ଼ିକ ମଧ୍ୟରେ ଫାଲ୍କନ୍ ଫାଇଟର୍ସ ୧୮-୨୧, ୨୧-୧୩, ୨୧-୧୮ରେ ଢେଙ୍କାନାଳ ଡିଫେଣ୍ଡର୍ସକୁ ଏବଂ ବାରବାଟୀ ଷ୍ଟାର୍ସ ୨୧-୧୩, ୨୧-୧୪ରେ ବଡ଼ବିଲ୍ ଟାଇଗର୍ସକୁ ପରାସ୍ତ କରିଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ସିସି କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ରଣଜିତ ସିଂହ, ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି, ସଂଗଠନ ସମ୍ପାଦକ କମଳ ଦାସ ଉପସ୍ଥିତ ଥିଲେ। ପୂର୍ବରୁ କ୍ଲବ୍ ସଭାପତି ମନୋରଂଜନ ମହାପାତ୍ର, ସଂପାଦକ ଯଶୋବନ୍ତ ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଦଳମାନଙ୍କର ଟି-ସାର୍ଟକୁ ଉନ୍ମୋଚନ କରାଯାଇଥିଲା। ତିନିଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୮୮ ଖେଳାଳି ବିଭିନ୍ନ ଫ୍ରାଞ୍ଚାଇଜି ପାଇଁ କିଣା ହୋଇଛନ୍ତି।
ପ୍ରିମିୟର ବ୍ୟାଡ୍ମିଣ୍ଟନ ଲିଗ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/cuttack-club-pakhyaru-odisha-premier-badminton-league-udghatita-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)