କଟକ: ରିଜର୍ଭ ପୁଲିସ୍ ପଡ଼ିଆରେ ଆରମ୍ଭ ହୋଇଛି ଫାଓ ମହିଳା ଲିଗ୍। ବୁଧବାର ଉଦ୍ଘାଟନୀ ମ୍ୟାଚ୍ରେ ଘରୋଇ ଦଳ ବିଜୟୀ ହୋଇଛି। ଓଡ଼ିଶା ପୁଲିସ୍ ଏହି ମ୍ୟାଚ୍ରେ ୪-୧ ଗୋଲ୍ରେ ବିଡ଼ାନାସୀ କ୍ଲବ୍କୁ ହରାଇଛି। ୧୨ ମିନିଟ୍ରେ ବିଡ଼ାନାସୀର ମନସିନୀ ଭୋଇ ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ଆଉ ସୁଯୋଗ ନଦେଇ ପୁଲିସ୍ ଦଳ ଗୋଟିଏ ପରେ ଗୋଟିଏ ଗୋଲ୍ ଦେଇଚାଲିଥିଲେ। ଯବାମଣି ସୋରେନ୍ (୪୭ ମିନିଟ୍), ଆଲୋଚନା ସେନାପତି (୫୩ ମିନିଟ୍), କ୍ରିଷ୍ଣା ଓରାମ (୮୬ ମିନିଟ୍) ଗୋଲ୍ ଦେଇଥିଲେ। ୮୨ ମନିଟ୍ରେ ଏକ ଆତ୍ମଘାତୀ ଗୋଲ୍ ହୋଇଥିଲା। ମ୍ୟାଚକୁ ବିଷ୍ଣୁପ୍ରିୟା ଦାସ, ଭୀମ ଛେତ୍ରୀ, ଦୈତାରୀ କରୁଆ ଓ ସୋଫକଲ୍ ପରିଚାଳନା କରିଥିଲେ। ଆନ୍ତର୍ଜାତିକ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଳି ବିଧାୟକ ଦେବେନ୍ଦ୍ର ନାଥଶର୍ମା, ଫାଓ ଯୁଗ୍ମ ସମ୍ପାଦକ ସଙ୍ଗୀତା ଶର୍ମା, ନନ୍ଦକିଶୋର ପଟ୍ଟନାୟକ, ସହଦେବ ରାଉତ, ବିଷ୍ଣୁଚରଣ ରାଉତ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ଚାଲିବ। ସମସ୍ତ ମ୍ୟାଚ୍ ରିଜର୍ଭ ପୁଲିସ୍ ପଡ଼ିଆ, ସତ୍ୟବ୍ରତ ଷ୍ଟାଡିୟମ, ବିଡ଼ାନାସୀ ଓ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି।
ଆରମ୍ଭ ହେଲା ଫାଓ ମହିଳା ଲିଗ୍, ଉଦ୍ଘାଟନୀ ମ୍ୟାଚରେ ଓଡ଼ିଶା ପୁଲିସ୍ ବିଜୟୀ
/sambad/media/post_attachments/wp-content/uploads/2019/02/Untitled-6-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)