ଝାରସୁଗୁଡ଼ା: ଝାରସୁଗୁଡା ଦ୍ବିତୀୟ ଓଏସ୍ଏପି ଖେଳ ପଡିଆରେ ଏଲ୍ଏନ୍ କଲେଜ ଆନୁକୂଲ୍ୟରେ ୩୬ତମ ରାଜ୍ୟ ଯୁକ୍ତ ୨ କାଉନସିଲର ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ଏଥିରେ ଭୁବନେଶ୍ବର ନୂଆପଲ୍ଲୀ ଡିଆର୍ କଲେଜ ବାଳିକା ଏବଂ ରାଉରକେଲାର କଲ୍ୟାଣୀ ରାୟ ଜୁନିୟର ବାଳକ ବିଭାଗରେ ବିଜେତା ହୋଇଛି। ବାଳିକାରେ ଡିଆର୍ କଲେଜର ପ୍ରିୟଙ୍କା ଟପ୍ପୋ ବ୍ୟକ୍ତିଗତ ବିଜେତା ହୋଇଥିଲା ବେଳେ ବାଳକରେ ମୟୂରଭଞ୍ଜ ସିପି ଯୁକ୍ତ ୨ କଲେଜର କ୍ରିଷ୍ଣା ମୁଣ୍ତା, ଯାଜପୁର ସିତଲା ହାଇସ୍କୁଲର ଦିଲୀପ ନାୟକ ବିଜେତା ହୋଇଛନ୍ତି। ବାଳିକାରେ ଏପି କଲେଜ ମୟୂରଭଞ୍ଜ ଏବଂ ବାଳକରେ ଚିତୋଳା ହାଇସ୍କୁଲ ଯାଜପୁର ଉପବିଜେତା ହୋଇଛି। ଉଦ୍ଯାପନୀ ଉତ୍ସବରେ ଦ୍ବିତୀୟ ବ୍ୟାଟାଲିୟନର ଉପ-ଦୁର୍ଗପତି ଲକ୍ଷ୍ମଣ ସିଂହ ମୁଖ୍ୟ ଅତିଥି ଥିଲେ।
ରାଜ୍ୟ ଯୁକ୍ତ ୨ କାଉନ୍ସିଲ କ୍ରୀଡ଼ା, ଡିଆର୍, କଲ୍ୟାଣୀ ବିଜେତା
/sambad/media/post_attachments/wp-content/uploads/2018/12/Untitled-2-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)