ରାଜ୍ୟ ୨୫ ବର୍ଷରୁ କମ୍‌ ଚେସ୍‌ ଆରମ୍ଭ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଚେସ୍‌ ସଂଘ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ (୨୫ ବର୍ଷରୁ କମ୍‌) ଚେସ୍‌ ପ୍ରତିଯୋଗିତା ଶୁକ୍ରବାରଠୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରାଜ ମଣ୍ଡପଠାରେ ଆରମ୍ଭ ହୋଇଛି। ୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତାରେ ୧୦ ଜିଲ୍ଲାରୁ ୮୬ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିରେ ୨୧ ମହିଳା ରହିଛନ୍ତି। ମୋଟ ୭ ରାଉଣ୍ଡ୍‌ରୁ ପ୍ରଥମ ଦିନ ୨ ରାଉଣ୍ଡ୍‌ ଶେଷ ହୋଇଛି। ଦ୍ୱିତୀୟ ରାଉଣ୍ଡ୍‌ ଶେଷରେ ଆଦିତ୍ୟ ରଂଜନ ଦାସ, ବୈଭବ ମିଶ୍ର, ଆୟୁଷ ଆର୍ଯ୍ୟନ୍‌ ମହାପାତ୍ର, ମନୀଷ କୁମାର, ଆଲୋକ ତ୍ରିପାଠୀ, ସ୍ମାରକୀ ମହାନ୍ତି, କିର୍ତି ଅନୁରାଗ ପ୍ରତିହାରୀ, ଲୋଚନ କୁମାର ଦାସ, ରୁଦ୍ର ନାରାୟଣ, ପ୍ରିୟାଂଶ ଦାସ, ଦେବାଶିଷ ରାଉତ ଏବଂ ସାଓ୍ଵନ୍ତ ମଲ୍ଲିକ ୧ ପଏଣ୍ଟ୍‌ ଲେଖାଏଁ ପାଇ ମିଳିତ ଭାବେ ଶୀର୍ଷରେ ରହିଛନ୍ତି। ମ୍ୟାଚ୍‌ଗୁଡ଼ିକୁ ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି ଏବଂ ଫିଡେ ଆର୍ବିଟର ସନ୍ତୋଷ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର