ରାଜ୍ୟ ତୀରନ୍ଦାଜି ଉଦ୍‌ଯାପିତ : ୬ ସ୍ବର୍ଣ୍ଣ ସହ ୧୬ ପଦକ ପାଇ କିସ୍‌ ଶ୍ରେଷ୍ଠ

କଟକ : ଓଡ଼ିଶା ତୀରନ୍ଦାଜି ସ˚ଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଭୁବନେଶ୍ବରର କିସ୍‌ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳ ବିବେଚିତ ହୋଇଛି। ଏହି ଦଳ ମୋଟ ୧୬ ପଦକ (୬ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୫ କା˚ସ୍ୟ) ପାଇ ଶୀର୍ଷରେ ରହିଛି। ମୋଟ ୪ ଜଣ ତୀରନ୍ଦାଜ ଦୁଇଟି ଲେଖାଏଁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେମାନେ ହେଲେ ଲଳିତା ଖଣ୍ତପାଟ ଓ ମନଶ୍ବରୀ ହା˚ସଦା (ଉଭୟ କିସ୍‌), ମମିତା ଓରାମ ଓ ପ୍ରୀତି ଓରାମ (ଉଭୟ ସାଇ ସୁନ୍ଦରଗଡ଼)। ଅନ୍ତିମ ଦିବସରେ ସୁନ୍ଦରଗଡ଼ର ପ୍ରଭାତ ମିଞ୍ଜ ପୁରୁଷ ରିକର୍ଭରେ ଆନ୍ତର୍ଜାତିକ ତୀରନ୍ଦାଜ ର˚ଜିତ ନାଏକଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଶେଷ ଦିନରେ ବରିଷ୍ଠ ବିଭାଗ କମ୍ପାଉଣ୍ତ ରାଉଣ୍ତ ପୁରୁଷ ବିଭାଗରେ ଦିବ୍ୟର˚ଜନ ମୁଣ୍ତ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଇର୍ମା ପଡ଼ିଆମି ରୌପ୍ୟ ଓ ଅଭିଷେକ ବରାଳ କା˚ସ୍ୟ ପଦକ ପାଇଛନ୍ତି। କମ୍ପାଉଣ୍ତ ମହିଳାରେ ପ୍ରୀତି ଓରାମ ସ୍ବର୍ଣ୍ଣ, ନାମସି ମୁଣ୍ତାଙ୍କୁ ରୌପ୍ୟ ଓ ଗୋଲାପ ନାଏକଙ୍କୁ କା˚ସ୍ୟ ପଦକ, ରିକର୍ଭ ପୁରୁଷରେ ପ୍ରଭାତ ମିଞ୍ଜଙ୍କୁ ସ୍ବର୍ଣ୍ଣ, ର˚ଜିତ ନାଏକଙ୍କୁ ରୌପ୍ୟ ଓ ପୁତକାର ସି’ଙ୍କୁ କା˚ସ୍ୟ ପଦକ, ମହିଳାରେ ବଲ୍ଲୀ ମାନସି˚ଙ୍କୁ ସ୍ବର୍ଣ୍ଣ, ଚାନ୍ଦମଣି ମୁଣ୍ତାଙ୍କୁ ରୌପ୍ୟ, ଇଣ୍ତିଆନ୍‌ ରାଉଣ୍ତ ପୁରୁଷରେ ଗୋବର୍ଦ୍ଧନ ମିର୍ଦ୍ଧାଙ୍କୁ ସ୍ବର୍ଣ୍ଣ, ସିମାଞ୍ଜଳ କାଡ୍ରାକାଙ୍କୁ ରୌପ୍ୟ, ରଘୁନାଥ ଜାଙ୍କାଙ୍କୁ କା˚ସ୍ୟ, ମହିଳାରେ ଲଳିତା ଖଣ୍ତପାଟଙ୍କୁ ସ୍ବର୍ଣ୍ଣ, ଜୟଲକ୍ଷ୍ମୀ ମଲ୍ଲିକଙ୍କୁ ରୌପ୍ୟ ଓ ଶକୁନ୍ତଳା ଶବର କା˚ସ୍ୟ ପଦକ ଜିତିଛନ୍ତି।

ଉପ କନିଷ୍ଠ ବିଭାଗ କମ୍ପାଉଣ୍ତ ରାଉଣ୍ତ ବାଳକରେ ରାହୁଲ ମାଡ଼କାମୀଙ୍କୁ ସ୍ବର୍ଣ୍ଣ, ଭାସ୍କର ଖିଲ୍ଲୋଙ୍କୁ ରୌପ୍ୟ, ଅନୀଲ ହୁଲୁକାଙ୍କୁ କା˚ସ୍ୟ, ରିକର୍ଭ ରାଉଣ୍ତ ବାଳକରେ ସୋମନାଥ ହେମ୍ବ୍ରମଙ୍କୁ ସ୍ବର୍ଣ୍ଣ, ସୁରେଶ ଉଇକାଙ୍କୁ ରୌପ୍ୟ, କୃଷ୍ଣ ମୁଣ୍ତାଙ୍କୁ କା˚ସ୍ୟ, ବାଳିକାରେ ମମିତା ଓରାମଙ୍କୁ ସ୍ବର୍ଣ୍ଣ, ପ୍ରଜ୍ଞା ଦଳାଇଙ୍କୁ ରୌପ୍ୟ, ଇଣ୍ତିଆନ ରାଉଣ୍ତ ବାଳକରେ ତ୍ରିନାଥ ମୁଣ୍ତାଙ୍କୁ ସ୍ବର୍ଣ୍ଣ, ନିଥନିୟାଲ ମଲ୍ଲିକଙ୍କୁ ରୌପ୍ୟ, ରତ୍ନ ମାଝୀଙ୍କୁ କା˚ସ୍ୟ, ବାଳିକାରେ ମନଶ୍ବରୀ ହାସ˚ଦାଙ୍କୁ ସ୍ବର୍ଣ୍ଣ, ସୁଶୀଲା ପୂର୍ତ୍ତିଙ୍କୁ ରୌପ୍ୟ ଓ ସୁଶ୍ରୀ କୃଷ୍ଣମୟୀ ମହାକୁଡ଼ଙ୍କୁ କା˚ସ୍ୟ ପଦକ ମିଳିଛି।

ରାଜ୍ୟ ସ˚ଘ ଉପସଭାପତି ରବି ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ରାଜ୍ୟସଭା ସା˚ସଦ ସୁବାସ ସି˚ହ ମୁଖ୍ୟ ଅତିଥି, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍‌, ମୁରାର୍କା ଶିଳ୍ପ ଗୋଷ୍ଠୀର ପରିଚାଳନା ନିର୍ଦ୍ଦେଶକ ସୁନୀଲ କୁମାର ମୁରାର୍କା ଓ ରାଜ୍ୟ ତୀରନ୍ଦାଜି ସ˚ଘ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ
ଉତ୍ତରାଖଣ୍ତରେ ଅନୁଷ୍ଠିତ ହେବାକୁଥିବା ୪୧ତମ ଜାତୀୟ କନିଷ୍ଠ ତୀରନ୍ଦାଜି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଚୟନ କରାଯାଇଛି। ଏହି ପ୍ରତିଯୋଗିତା ମାର୍ଚ୍ଚ ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ଦଳରେ ଇଣ୍ତିଆନ ରାଉଣ୍ତ ବାଳିକାରେ ଲଳିତା ଖଣ୍ତପାତ୍ର, ଜୟଲକ୍ଷ୍ମୀ ମଲ୍ଲିକ, ବାଳକରେ ନିଥାନିୟାଲ ମଲ୍ଲିକ, ତ୍ରିନାଥ ମୁଣ୍ତା, ରାମେଶ୍ବର ହନ୍ତାଳ, ରିକର୍ଭ ରାଉଣ୍ତ ବାଳକରେ ରଘୁନାଥ ଖୋସଲା, ପୂର୍ଣ୍ଣଚନ୍ଦ୍ର ମାଝୀ, ସୋମନାଥ ହେମ୍ବ୍ରମ, କମ୍ପାଉଣ୍ତ ରାଉଣ୍ତ ବାଳିକାରେ ପ୍ରୀତି ଓରାମ, ବାଳକରେ ଭାସ୍କର ଖିଲ୍ଲୋ, ରାହୁଲ ମାଡ଼କାମୀ, ଦିବ୍ୟର˚ଜନ ମୁଣ୍ତା ସ୍ଥାନ ପାଇଛନ୍ତି। ଭଗତରାମ ନାଏକ ପ୍ରଶିକ୍ଷକ ଏବ˚ କୃଷ୍ଣଚନ୍ଦ୍ର ସେଠୀ, ବିଶ୍ବଜିତ ସି˚ହ ଦଳର ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର