ଭୁବନେଶ୍ବର: ସ୍ଥାନୀୟ କରାଟେ ସ୍କୁଲ୍ଠାରେ ଆୟୋଜିତ ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ନଗମା ଅରା ବେଗମ (ମହିଳା) ଏବଂ କଟକ ଜିଲ୍ଲାର ଗୌତମ କାହାଳି (ପୁରୁଷ) ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ ଆଖ୍ୟା ଅର୍ଜନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସିନେତାରକା ଆକାଶ ଦାସ ନାୟକ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ବିଜୟ ଶର୍ମା, ସାଗର ନାୟକ, ଗୌରାଙ୍ଗ ପାତ୍ର, ଶଶିକାନ୍ତ ଜେନା, ବେଣୁଧର ସେଠୀ, ଦୀପକ ସାମନ୍ତରା, ପ୍ରତାପ ଦାସ, ସତ୍ୟ ମହାନ୍ତି, ହିମାଂଶୁ ଶେଖର ଦାସ, ଚିତ୍ତରଂଜନ ମିଶ୍ର, ରାଜ୍ୟ ବାହୁକୁସ୍ତି ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।
ସ୍ବର୍ଣ୍ଣ ପଦକ ବିଜେତା: ଚରଣ ନାୟକ, ବିକି ନାୟକ, ଗୌରବ କୁମାର ନାୟକ, ପ୍ରବୀର ଷଡ଼ଙ୍ଗୀ, ସମ୍ବିତ କୁମାର ନନ୍ଦ, ମହମ୍ମଦ ରାଜ, ଅନୁପମା ସ୍ବାଇଁ, ସୀମା ଦେ, ତାପସ କୁମାର ପ୍ରଧାନ, କୁନା ମହାନ୍ତି, ସୋମନାଥ ପାତ୍ର, ଗୌତମ କାହାଳି, ମୁକେଶ ମାହାର, ଈଶ୍ବର ବେହେରା, ଶୁଭଦ୍ରା ବେହେରା, ନଗମା ଅରା ବେଗମ, ଯୋଗେଶ ମୁଖି, ସରୋଜକାନ୍ତ ମହାପାତ୍ର ଓ କୁନୁ ମୁଖି।
ରାଜ୍ୟ ବାହୁକୁସ୍ତି: ଗୌତମ, ନଗମା ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ
/sambad/media/post_attachments/wp-content/uploads/2021/03/6546f54h65sf4h56sfhsfhfsfshsfhfhsfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)