ରାଜ୍ୟ ଦୌଡ଼କୁଦ ଦ୍ୱିତୀୟ ଦିନ: ଆଉ ୫ ନୂଆ ମିଟ୍‌ କୀର୍ତ୍ତିମାନ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୫ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ୫ ନୂଆ ମିଟ୍‌ କୀର୍ତ୍ତିମାନ ସ୍ଥାପନ ହୋଇଛି। ୧୪ ବର୍ଷରୁ କମ୍‌ ବାଳକ ୬୦୦ ମିଟର ଦୌଡ଼ରେ ପୂର୍ବରୁ ଥିବା ୧:୨୫.୫ ସେକେଣ୍ଡକୁ ଅତିକ୍ରମ କରି ସୁରେନ୍ଦ୍ର ଖରା (୧:୨୫.୧ ସେକେଣ୍ଡ) ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ୧୪ ବର୍ଷରୁ କମ୍‌ ବାଳିକା ୬୦୦ ମିଟର ଦୌଡ଼ରେ ପୂର୍ବ କୀର୍ତ୍ତିମାନ ୧:୪୪.୬ ସେକେଣ୍ଡକୁ ଦୁଇ ଜଣ ଅତିକ୍ରମ କରିଥିଲେ। ବାସନ୍ତୀ ମାଝୀ (୧:୪୦.୬ ସେକେଣ୍ଡ)ରେ ସ୍ୱର୍ଣ୍ଣ ଓ ସୋନାଲି ମୁର୍ମୁ ୧:୪୪.୨ ସେକେଣ୍ଡରେ ରୌପ୍ୟ ପଦକ ପାଇଛନ୍ତି। ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୪.୮ ସେକେଣ୍ଡରେ ନୂଆ କୀର୍ତ୍ତିମାନ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ଏହି ଇଭେଣ୍ଟରେ ୧୪.୯ ସେକେଣ୍ଡ କୀର୍ତ୍ତିମାନ ରହିଥିଲା। ୧୮ ବର୍ଷରୁ କମ୍‌ ବାଳିକା ଲଙ୍ଗ ଜମ୍ପରେ ମନୀଷା ମେରେଲ୍‌ ପୂର୍ବ କୀର୍ତ୍ତିମାନ ୫.୫୭ ମିଟରକୁ ଅତିକ୍ରମ କରି ୫.୭୭ ମିଟର ଏବଂ ୪୦୦ ମିଟର ଦୌଡ଼ରେ ଫୁଲମଣି କର୍ଜି ୫୭.୮ ସେକେଣ୍ଡକୁ ଅତିକ୍ରମ କରି ୫୭.୭ ସେକେଣ୍ଡରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଏହା ବ୍ୟତୀତ ଦୁଇଜଣ ମିଟ୍‌ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ୧୪ ବର୍ଷରୁ କମ୍‌ ବାଳକ ୧୦୦ ମିଟର ଦୌଡ଼ରେ ବିଶ୍ୱରଂଜନ ବେହେରା ୧୧.୬ ସେକେଣ୍ଡ ଓ ୧୮ ବର୍ଷରୁ କମ୍‌ ବାଳକ ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌ ୧୪.୨ ସେକେଣ୍ଡରେ ମିଟ୍‌ କୀର୍ତ୍ତିମାନ ସହ ସମକକ୍ଷ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୧୪ ବର୍ଷରୁ କମ୍‌ ବାଳକ ଲଙ୍ଗ ଜମ୍ପରେ ସୁଶାନ୍ତ ପାଙ୍ଗି, ଉଚ୍ଚ ଡିଆଁରେ ଦାଶରଥ ହେମ୍ବ୍ରମ୍‌, ସଟ୍‌ ପୁଟରେ ଉମେଶ ଚନ୍ଦ୍ର ନାୟକ, ୧୬ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଦୌଡ଼ରେ ବଳରାମ ବୁରୁଡ଼ି, ୧୦୦ ମିଟର ବାଧାଦୌଡ଼ରେ ଆୟୁଷ ସରକାର, ୫୦୦୦ ମିଟର ଚାଲିରେ ଓମ୍‌ ପ୍ରକାଶ ରାଏ, ଲମ୍ବ ଡିଆଁରେ ସୁବାସ ଖେସ୍‌, ଉଚ୍ଚ ଡିଆଁରେ ଅନନ୍ତ କୁମାର ସ୍ୱାଇଁ, ସଟ୍‌ପୁଟ୍‌ରେ ରାଜେନ୍ଦ୍ର ମାଝୀ, ଡିସ୍‌କସ୍‌ରେ ସମୀର କୁମାର ଲେଙ୍କା, ଜାଭେଲିନ୍‌ରେ ନକୁଳଦେବ ମୁଣ୍ଡା, ୧୮ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଦୌଡ଼ରେ ସୁଶାନ୍ତ ମହାରଣା, ୧୫୦୦ ମିଟର ଦୌଡ଼ରେ ସୁବ୍ରତ ପାଣ୍ଡେ, ୧୦୦୦୦ ମିଟର ଚାଲିରେ ପଲ୍ଲବ ନାସକାର, ଉଚ୍ଚ ଡିଆଁରେ ମୂର୍ତ୍ତି ଖଣ୍ଡଗରି, ଟ୍ରିପଲ ଜମ୍ପ୍‌ରେ ଭୀମ ସୋରେନ୍‌, ସଟ୍‌ପୁଟରେ ଲଚୁମନ ଶର୍ମା, ଜାଭେଲିନ୍‌ରେ ଶିଶିର ଗୁରୁ, ଡେକାଥଲନ୍‌ରେ ସୁରେଶ ବେହେରା, ୨୦ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଦୌଡ଼ରେ କ୍ରୀଷ୍ଣା ମୁଣ୍ଡା, ୧୫୦୦ ମିଟର ଦୌଡ଼ରେ ଭୀମସେନ ଜାନ୍‌କା, ୧୧୦ ମିଟର ବାଧାଦୌଡ଼ରେ ପ୍ରସନ୍ନଜୀତ ଖାଖା, ୧୦୦୦୦ ମିଟର ଚାଲିବାରେ ଜ୍ଞାନ ରଂଜନ ସାହୁ, ଟ୍ରିପଲ୍‌ ଜମ୍ପରେ ସାନନ୍ତୁ ପଟିଆର, ସଟ୍‌ପୁଟରେ ଆଲୋକ କୁମାର ଦାଶ, ଜାଭେଲିନ୍‌ରେ ଶ୍ରବଣ ବଡ଼ରାଇତା, ଡେକାଥଲନ୍‌ରେ ଦୀପକ କୁମାର ଛତର ପ୍ରଥମ ସ୍ଥାନରେ ରହିଥିଲେ।

ସେହିପରି ୧୪ ବର୍ଷରୁ କମ୍‌ ବାଳିକା ଲଙ୍ଗ ଜମ୍ପରେ ଯମୁନା ଟୁଡୁ, ୧୬ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ବୈଷ୍ଣବୀ ହାତୀ, ୧୦୦ ମିଟର ବାଧାଦୌଡ଼ରେ ଶୁଭଲକ୍ଷ୍ମୀ ପଟ୍ଟନାୟକ, ୩୦୦୦ ମିଟର ଚାଲିରେ ଦେବକୀ ଖଣ୍ଡପାଣି, ଲମ୍ବ ଡିଆଁରେ କୁସ୍ମିତା ଭୂୟାଁ, ଡିସ୍‌କସ୍‌ରେ ବୁଦ୍ଧିନି ମାଝୀ, ୧୮ ବର୍ଷରୁ କମ୍‌ ବାଳିକା ୧୫୦୦ ମିଟର ଦୌଡ଼ରେ ସବିତା ମହନ୍ତ, ୧୦୦ ମିଟର ବାଧାଦୌଡ଼ରେ ସବିତା ହେମ୍ବ୍ରମ୍‌, ୫୦୦୦ ମିଟର ଚାଲିବାରେ ତେଜସ୍ୱିନୀ କିସ୍‌ପୋଟା, ଡିସ୍‌କସ୍‌ରେ ଇଭା ଡଙ୍ଗ, ୨୦ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ଦୌଡ଼ରେ ଜୟନ୍ତୀ ବେହେରା, ୧୫୦୦ ମିଟର ଦୌଡ଼ରେ ସସ୍ମିତା ମହନ୍ତ, ୧୦୦୦୦ ମିଟର ଚାଲିରେ ପ୍ରିୟଙ୍କା ମହାଳିକ, ଡିସ୍‌କସ୍‌ରେ ଉତ୍କଳିକା ପ୍ରିୟଦର୍ଶିନୀ, ପୁରୁଷ ୪୦୦ ମିଟର ଦୌଡ଼ରେ ଦୋବାଶିଷ ପଟ୍ଟନାୟକ, ୧୫୦୦ ମିଟର ଦୌଡ଼ରେ ରୋଶନ୍‌ ମିଞ୍ଜ, ୧୧୦ ମିଟର ବାଧାଦୌଡ଼ରେ ଅଂଜନ କୁମାର ଦାସ, ୨୦୦୦୦ ମିଟର ଚାଲିବାରେ ବିଶ୍ୱନାଥ ସାହୁ, ଉଚ୍ଚ ଡିଆଁରେ ଅନିରୁଦ୍ଧ ମୁଦୁଲି, ଟ୍ରିପଲ୍‌ ଜମ୍ପରେ ସଂଜୟ କୁମାର ସିଂହ, ସଟ୍‌ପୁଟରେ ରଂଜନ କୁମାର ସାହୁ, ଜାଭେଲିନ୍‌ରେ କିଶୋର କୁମାର ଜେନା, ଡେକାଥଲନ୍‌ରେ ସୁକଦେବ ମହାନ୍ତି, ମହିଳା ୪୦୦ ମିଟର ଦୌଡ଼ରେ ମଧୁସ୍ମିତା ଜେନା, ୧୫୦ ମିଟର ଦୌଡ଼ରେ ଜୟନ୍ତୀ ସେଠୀ, ୧୦୦ ମିଟର ବାଧାଦୌଡ଼ରେ ଜସ୍ମି କିସ୍‌କୁ, ୨୦୦୦୦ ମିଟର ଚାଲିବାରେ କ୍ରୀଷ୍ଣା କୁଣ୍ଡୁ, ଡିସ୍‌କସ୍‌ରେ ଚାନ୍ଦିନୀ ଓରାମ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ସମ୍ବନ୍ଧିତ ଖବର